ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯୋଜନା ପରେ ଯୋଜନା କରି ରାଜ୍ୟ ସରକାର ଲୋକଙ୍କୁ କେବଳ ଭକୁଆ ବନାଉଛନ୍ତି । ଏମିତି ଅଭିଯୋଗ ବାରମ୍ବାର ଉଠୁଥିବା ବେଳେ ଏଥରକ ଯୋଡିହୋଇଛି କମିଶନରେଟ ପୁଲିସର ନା । ସେବା ଯୋଗାଇବା ଆଳରେ ଲୋକଙ୍କ ଭାବନା ସହ ଖେଳଖେଳୁଛି କମିଶନରେଟ ପୁଲିସ । ଆମେ ଏଥିପାଇଁ ଏ ପ୍ରସଂଗ ଉଠାଇଛୁ କାରଣ ବିଗତ ଦିନରେ କମିଶନରେଟ ପୁଲିସ ଯେଉଁ ଯୋଜନା ସବୁ କରିଛି ତାହା ଏବେ ବାଟବଣା । ମହିଳାଙ୍କ ସୁରକ୍ଷା ନେଇ ୨୦୧୭ ଏପ୍ରିଲ ୧୩ରେ କମିଶନରେଟ ପୁଲିସ ଆରମ୍ଭ କରିଥିଲା ‘ମୋ ସାଥୀ’ ଆପ୍ । ହେଲେ ର୍ଦୁଭାଗ୍ୟ ଏହା ଏବେ ବାଟବଣା । କାମ କରୁନି ମୋ ସାଥୀ ଆପ । ଏ କଥା ଆମେ ନୁହେଁ ବରଂ ଅଭିଯୋଗ ଆଣିଛନ୍ତି କେତେକ ମହିଳା ନଜର ପକାନ୍ତୁ ଏହି କମେଂଟ ବକ୍ସ ଉପରେ……
ଦେଖିଲେ ତ’ ମହିଳାମାନେ ଆପକୁ ନେଇ କେମିତି କମେଂଟ କରିଛନ୍ତି । ମନ ଇଛା ସେମାନେ ପୁଲିସ ଉପରେ ବର୍ଷିବା ସହ ଏଭଳି ଭାଣ୍ଡାମି ବନ୍ଦ କରିବାକୁ ସିଧା ସଳଖ ଜଣାଇଛନ୍ତି । ଏକଥା ନୁହେଁ ଯେ, ଏନେଇ ବିଭାଗୀୟ ଅଧିକାରୀ କିଛି ଜାଣିନାହାନ୍ତି ବରଂ ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି । କେବଳ ମୋ ସାଥୀ ଆପ ନୁହେଁ କମିଶନରେଟ ପୁଲିସର ଏମିତି ଅନେକ ଯୋଜନା ଏବେ ବାଟବଣା । ପିଙ୍କ ଅଟୋ ସେବାରୁ ଆରମ୍ଭ କରି ଆଇକ୍ଲିକ ବ୍ୟବସ୍ଥା, ସବୁ ଏବେ ଅକାମି । ଅଭିଯୋଗ ହୋଇଛି ଏହି ଯୋଜନାମାନ କରି ଲୋକଙ୍କ ସୁରକ୍ଷା ବଦଳରେ କେବଳ ନିଜର ଗୁଣଗାନ କରିଛି କମିଶନରେଟ ପୁଲିସ । ଆଉ ଏହାରି ମାଧ୍ୟମରେ ବି ହରିଲୁଟ ହୋଇଛି ଟଙ୍କା ।
ଏବେ ଆମର ପ୍ରଶ୍ନ….ଯଦି ଯୋଜନା ସଫଳରୂପ ନେଉନାହିଁ ତେବେ କାହିଁକି ଏହି ଭାଣ୍ଡାମି? କ’ଣ ପାଇଁ ଲୋକଙ୍କୁ ଏମିତି ଭକୁଆ ବନାଉଛି କମିଶନରେଟ ପୁଲିସ? ଏହି ଯୋଜନାରେ କେଉଁ ବାବୁଙ୍କ ସ୍ୱାର୍ଥ ହାସଲ ହେଉଛି । ଆଶା କରିବୁ ଏହି ରିପୋର୍ଟ ଦେଖିବା ପରେ ବାଟବଣା ହୋଇଥିବା ଏସବୁ ଯୋଜନା ଉପରେ ଗୁରୁତ୍ୱ ଦେବେ ବିଭାଗୀୟ ଅଧିକାରୀ । ନଚେତ୍ ଲୋକେ ଭାବିବାକୁ ବାଧ୍ୟ ହେବେ ଲୋକଙ୍କୁ ଯୋଜନା ଆଳରେ କେବଳ ଠକୁଛି କମିଶନରେଟ ପୁଲିସ….ବ୍ୟୁରୋ ରିପୋର୍ଟ ଏଟିଆରନ୍ୟୁଜ୍