ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । କେତେ ବେଳେ କେଉଁଠି ଦିନ ଦ୍ୱିପ୍ରହରେ ଗୁଳି ଫୁଟିଲାଣି ତ ଆଉ କେଉଁଠି ଲୁଟ ହେଲାଣି । ସେହିଭଳି କିଛି ଚୋର ମାନେ ଟ୍ରାଫିକ ସିଗନାଲରେ ଲାଗି ଥିବା ସିସିଟିଭିର ବ୍ୟାଟେରିକୁ ମଧ୍ୟ ଚୋରି କରିବାକୁ ପଛାଇ ନହାନ୍ତି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦ୍ୱାରା ଆମ ସୁରକ୍ଷା ନିମନ୍ତ ରାଜ୍ୟର ବିଭିନ୍ନ ଯାଗାରେ ସିସିଟିଭି ମାନ ଲଗାଟାଇଛି । ସୂଚନା ଅନୁସାରେ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଥିବା ଏଜି ଛକ, ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଲଗାଯାଇଥିବା ସିସିଟିଭିର ବ୍ୟାଟେରି ଚୋରି ହୋଇଥିଲା । କଣ୍ଟ୍ରୋଲ ରୁମରେ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଏହି ବ୍ୟାଟେରି ଗୁଡିକ ଚୋରି କରୁଛନ୍ତି ।
ଏନେଇ କଣ୍ଟ୍ରୋଲ ରୁମ କର୍ମଚାରୀ ପ୍ରଦୀପ ମାହାଲ କ୍ୟାପିଟାଲ ଥିନାରେ ମାମଲା ରୁଜୁ କରିଥିଲେ । ପୋଲିସ ଯୁବକ ମାନଙ୍କ ଫଟୋ କାଡି ତଦନ୍ତ କରୁଥିଲା । ତେବେ ଗତ ଗୁରୁବାର ରାତିରେ ଶିଶୁଭବନ ଛକ ନିକଟରୁ ସିସିଟିଭି ବ୍ୟାଟେରି ଚୋରି ହେଉଥିବାର ଜଣାପଡିଥିଲା । କଣ୍ଟ୍ରୋଲ ରୁମରୁ କ୍ୟାପିଟଲ ଥାନା କୁ ଖବର ଦିଆଯାଇଥିଲା । ଖବର ପାଇ ଦୁଇଟି ପିସିଆର ଭ୍ୟାନ ଶିଶୁ ଭବନ ଛକ ନିକଟରେ ଚଢାଉ କରି ୩ ଜଣ ଯୁବକଙ୍କୁ ଧରିଥିଲା । ଯୁବକ ମାନେ ହେଲେ ଖାରବେଳନଗର ଥାନା ଅନ୍ତର୍ଗତ ମସଜିଦ କଲୋନୀ ଅଞ୍ଚଳର ଶେଖ୍ ମୁସ୍ତାକିମଳ, ଶେଖ୍ କୌସର ଅଲି ଓ ଶେଖ୍ ଶାହାଦତ୍ । ସେମାନଙ୍କ ପାଖରୁ ପୋଲିସ ୭୨ଟି ବ୍ୟାଟେରି ଜବତ କରିଛି । ତେବେ ଏହି ଚୋରିରେ ଆଉ କାହାର ସଂପୃକ୍ତି ନେଇ ପୋଲିସ ଅଧିକ ଛାନଭିନ କରୁଛି ।