ଗଞ୍ଜାମ (ଏଟିଆର ବ୍ୟୁରୋ) ; ପୁଣି ଥରେ ଆଇନଜୀବୀଙ୍କୁ ମାଡ ମାରିବା ଘଟଣା ନଜରକୁ ଆସିଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ । ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ଜମିଜମା ସମସ୍ୟାକୁ ନେଇ ଥାନାକୁ ଯାଇଥିବା ଆଇନଜୀବୀ ହରପ୍ରସାଦ ଦାସଙ୍କୁ ବୁଗୁଡା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ମାଡ ମାରିଥିବା ଅଭିଯୋଗ ହୋଇଆସିଛି । ଏଣୁ ଆଜି ବୁଗୁଡା ଆଇନଜୀବୀ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛି । ମାଡ ମାରିଥିବା ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ବହିଷ୍କାର ଓ ଗିରଫ ଦୀବୀ କରିଛି ବୁଗୁଡା ବିଜେପି ।
କଟକ ନୂଆବଜାରରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ଦୀର୍ଘ ୭୮ ଦିନ ଧରି ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଏହାର ସମାଧାନ ପୂର୍ଣ୍ଣଛେଦ ପଡି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ପୁଣି ଏଭଳି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି ବରିଷ୍ଟ ବୁଦ୍ଦିଜୀବୀମାନେ । କାରଣ ଦୀର୍ଘଦିନ କାର୍ଯ୍ୟ ବନ୍ଦ ହେବା ଫଳରେ ରାଜ୍ୟରେ ଆଇନ ବ୍ୟବସ୍ଥା ଅଚଳ ହୋଇପଡିଥିଲା । ଏହା ପୁନର୍ବାର ସମାଧାନ ହେଲା ବେଳକୁ ପୁଣି ମାଡ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।