ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ପାଇଁ ଚାରିଆଡେ ଲକ୍ ଡାଉନ୍ । କେବଳ ଜରୁରୀ ସେବାରେ ଲାଗିଥିବା ବ୍ୟକ୍ତିଙ୍କୁ ଛାଡି ଦେଲେ ଅନ୍ୟ କାହାରିକୁ ଘରୁ ନବାହାରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହିତ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ପାସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଏବେ ଶୁଣିବାକୁ ମିଳୁଛି କି କିଛି ବ୍ୟକ୍ତି ଏହି ଜରୁରୀ ପାସ୍ ର ଅପବ୍ୟବହାର କରୁଛନ୍ତି । ଯେଉଁଥି ପାଇଁ କମିଶନରେଟ ପୋଲିସ ପୁନର୍ବାର ଆଉ ଏକ କଡା ନିଷ୍ପତି ନେଇଛି ।
ଜରୁରୀ ସେବା ଯୋଗାଇ ଦେଉଥିବା ହସ୍ପିଟାଲ, ବ୍ୟାଙ୍କ ଏବଂ ଗଣମାଧ୍ୟମ କର୍ମଚାରୀ ଯଦି ତାଙ୍କ ପାସ୍ ଅପବ୍ୟବହାର କରନ୍ତି, ତେବେ ତାଙ୍କ ପାସ୍ କୁ ସିଜ୍ କରି ଦିଆଯିବ । ଏନେଇ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହାସହିତ ପାସ୍ କୁ ଅପବ୍ୟବହାର ନକରିବା ପାଇଁ କହିଛନ୍ତି କମିଶନର ପୋଲିସ