ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନରୁ ଲୋକ ମାନେ ଘରୁ ଗାଡି ବାହାର କରିବାକୁ ଡରୁଛନ୍ତି । ଗତ ୭ଦିନ ହେବ ସାରା ଦେଶରେ ନୂଆ ସଡକ ପରିବହନ ନିୟମ ଲାଗୁ ହୋଇଛି । ଏହାକୁ ନେଇ ଲୋକ ମାନଙ୍କର ନିଦ ହଜିଯାଇଛି । ବିଗତ ସାତ ଦିନ ହେବ ଲୋକ ମାନେ ମୋଟା ଅଙ୍କର ଫାଇନ ଦେଉଛନ୍ତି । କେତେ ବେଳେ ଗାଡି କାଗଜ ପତ୍ରକୁ ନେଇ ତ ପୁଣି କେତେ ବେଳେ ପଲ୍ୟୁସନ ଚେକ ପାଇଁ ତଣ୍ଡ ଗଣୁଛନ୍ତି ସାଧାରଣ ଲୋକ । ତେବେ ଆଜି ରାଜମହଲ ଛକ ନିକଟରେ ଚେକିଙ୍ଗ ସମୟରେ ଲୋକ ମାନେ ପିସିଆର ଭ୍ୟାନର କାଗଜ ପତ୍ର ମାଗିଥିଲେ । ହେଲେ ଭ୍ୟାନ ଚଳାଉ ଥିବା ଡ୍ରାଇଭରଙ୍କ ନିକଟରେ ଗାଡି କାଗଜ ପତ୍ର ନଥିଲା । ସବୁଠୁ ବଡ କଥା ହେଉଛି ଭ୍ୟାନ ଭିତରେ ମଦ ବୋତଲ ଦେଖିବାକୁ ମିଳିଥିଲା । ଏହାକୁ ନେଇ ରାଜମହଲ ଛକ ନିକଟରେ ଉତ୍ତୋଜନା ଦେଖିବାକୁ ମିଳିଥିଲା ।
ତେବେ ଏହା ପରେ ନୂଆ ଟ୍ରାଫିକ ନିୟମକୁ ନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି କମିସନର । କମିସନର କହିଛନ୍ତି ବର୍ତ୍ତମାନ ୫ଟି ଜିନିଷକୁ ନେଇ ଫାଇନ ଆଦାୟ କରାଯିବ । ସେଗୁଡିକ ହେଲା
(୧) ତିନିଜଣଙ୍କୁ ଗାଡିରେ ବସାଇ ଗାଡି ଚଳାଇଲେ
(୨) ମଦ ପିଇ ଗାଡି ଚଳାଇଲେ
(୩) ମୋବାଇଲରେ କଥା ହୋଇ ଗାଡି ଚଳାଇଲେ
(୪) ସିଟ୍ ବେଲ୍ଟ ନବାନ୍ଧିଲେ
(୫) ହେଲେମେଟ ନପିନ୍ଧିଲେ
ଭୁବନେଶ୍ୱର ସିପି ସମସ୍ତଙ୍କୁ କାଗଜ ପତ୍ର ଠିକ ରଖିବାକୁ ପରାମର୍ଶ ଦେଇଛନ୍ତି ।