ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏହି କରୋନା ସମୟରେ ଏବେ ନିଜ ନିଜ ଜୀବନକୁ ବାଜି ଲଗାଇ ଫିଲ୍ଡରେ କାମ କରୁଛନ୍ତି ଡାକ୍ତର, ପୋଲିସ , ସାମ୍ବାଦିକ ଓ ବିଭିନ୍ନ ଜରୁରୀସେବା ପ୍ରଦାନ କରୁଥିବା କର୍ମଚାରୀ । ପୋଲିସ ଜନ ସରଧାରଣଙ୍କ ସୁରକ୍ଷା କରି ଏବେ ରାତି ଦିନ ୨୪ ଘଣ୍ଟା ରାସ୍ତାରେ କାଟୁଛି । ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିପର୍ଯ୍ୟୟ ସମୟରେ ପୋଲିସର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ପୋଲିସଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।
କରୋନାରେ ମୃତ୍ୟୁ ହେଲେ ପୋଲିସ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲିସକୁ ମୁଖ୍ୟମନ୍ତ୍ରୀ ଫ୍ରଣ୍ଟଲାଇନ କରୋନା ୱାର୍କର ଘୋଷଣା କରିଛନ୍ତି । ସେହିଭଳି ସାମ୍ବାଦିକଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କରୋନା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।