ଭୁବନେଶ୍ୱର,୬ା୨/(ଏକ୍ସକ୍ଲ୍ୟୁସିଭ୍): ଆଜ୍ଞା ମୋ’ ଝିଅ ୩ମାସ ହେଲା ଘରୁ କେଉଁଆଡେ ପଳାଇଛି । ଥାନାକୁ ଗଲି, ଅଭିଯୋଗ ମଧ୍ୟ କଲି । ଝିଅକୁ ଖୋଜିବାକୁ ଟିକେ ଚେଷ୍ଟା କର ବୋଲି କହିବାରୁ ପୁଲିସବାବୁ ନାଲିଆଖି ଦେଖାଉଛନ୍ତି । ଖୋଜିବାକୁ ହେଲେ ୧୦ହଜାର ଟଙ୍କା ଲାଗିବ ବୋଲି କହୁଛନ୍ତି । ପୁଲିସ ବିରୋଧରେ ଏମିତି ସାଙ୍ଘାତିକ୍ ଅଭିଯୋଗ ଆଣି ହତାସ ବାପା ମଙ୍ଗଳବାର ଏଟିଆର୍ ନ୍ୟୁଜ୍ର ଦ୍ୱାରସ୍ଥ ହୋଇଛନ୍ତି । ଆଶା ଓ ବିଶ୍ୱାସ ରଖିଛନ୍ତି ନ୍ୟୁଜ୍ ହେଲେ କାଳେ ପୁଲିସ ବାବୁ ବୁଝିପାରିବେ ଆଉ ତାଙ୍କ ହଜିଲା ଝିଅ ଘରକୁ ଫେରିବ । ତେବେ ଏହି ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହଁ ବରଂ ଖଣ୍ଡଗିରି ଥାନା ବାଗଲପୁର ଅଞ୍ଚଳର । ତାଙ୍କ ସିଧାସଳଖ ଅଭିଯୋଗ ଥାନା ଅଧିକାରୀଙ୍କ ବିରୋଧରେ ।
ବାଗଲପୁର ଅଞ୍ଚଳର ସୁନ୍ୟବାସୀ ବେହେରା କରିଥିବା ଅଭିଯୋଗ ଅନୁସାରେ, ୨୦୧୭ ନଭେମ୍ବର ୩ତାରିଖରେ ଝିଅ ନିଖୋଜ ହୋଇଗଲା । ଘରକୁ ନଫେରିବାରୁ ସେ ଥାନାର ଦ୍ୱରସ୍ଥ ହେଲେ । ହେଲେ ପୁଲିସ ସିନା ଅଭିଯୋଗ ରଖିଲା କିନ୍ତୁ ଏହାପରେ ତଦନ୍ତର ଚକାରେ ତାଲା ପକାଇଦେଲା । ଏପଟେ ନାବାଳିକା ଝିଅର କୌଣସି ସନ୍ଧାନ ନପାଇ ବିଚରା ସୁନ୍ୟବାସୀ ଥାନାକୁ ଦୌଡିବାରୁ ଓଲଟି ଥାନା ବାବୁଙ୍କ ଆକ୍ରୋଶର ଶୀକାର ହେଲେ । ଝିଅକୁ ନେଇ ପୁଲିସ୍ ବାବୁ ଏଣେୁତେଣୁ କହିଥିବା କାନ୍ଦି କାନ୍ଦି କହିଛନ୍ତି ସୁନ୍ୟବାସୀ । ଏଠି ପ୍ରଶ୍ନ ଉଠୁଛି ସେବା ଓ ସୁରକ୍ଷାର ଦ୍ୱାହି ଦେଇ ଆଗେଇ ଚାଲିଥିବା ପୁଲିସ ଯଦି ଏଭଳି ବ୍ୟବହାର କରେ ତେବେ ସାଧାରଣ ଲୋକେ ଯିବେ କେଉଁଠି କି? କେବଳ ଏତିକି ନୁୂହେଁ ଜଣେ ହତାଶ ବାପାକୁ ୧୦ହଜାର ଟଙ୍କା ମାଗିବା କେତେଦୂର ଠିକ୍ ତାକୁ ନେଇ ଉଠିଛି ପ୍ରଶ୍ନ? ତେବେ ଯାହା ହେଉ ତୁରନ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ଘଟଣା ଉପରେ ଗୁରୁତ୍ୱ ଦେଇ ନାବାଳିକା ଝିଅକୁ ଉଦ୍ଧାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ଏମିତି ଆମ ପୁଲିସ… ଟଙ୍କା ଆଣ ଝିଅ ଖୋଜିବା
Tags #police demand