ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ସମ୍ମାନିତ ହେବେ ନିଷ୍ଠାପର ଭାବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିଥିବା ପୋଲିସ । ରାଜ୍ୟ ସରକାରଙ୍କ ପକ୍ଷରୁ ୧୭୦୯ ଜଣ ପୋଲିସ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପ୍ରଦାନ କରାଯିବ । ଏନେଇ ରାଜ୍ୟ ପୋଲିସ ମହାନର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ପଦକ ବ୍ୟବସ୍ଥା ଗୃହ ମନ୍ତ୍ରାଳୟର ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ପଦକ ପ୍ରଦାନ କରିବାର କ୍ଷମତା ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିଲା ।