ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ବହୁଚର୍ଚ୍ଚିତ ମୁଣ୍ଡବିହୀନ ମହିଳାଙ୍କ ପରିଚୟ ମିଳିଛି । ଗତ କିଛି ମାସ ତଳେ ଭୁବନେଶ୍ୱର ଭରତପୁର ଚନ୍ଦକା ରାସ୍ତାରେ ଦାଶପୁର ନିକଟରେ ମୁଣ୍ଡବିହୀନ ଶବ ମିଳିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ମହିଳାଙ୍କ ମୁଣ୍ଡ ମିଳିପାରି ନାହିଁ । ପୋଲିସ କହିବାନୁସାରେ ଏବେ କୈାଣସି ପରିଚୟ ପ୍ରକାଶ କରାଯିବ ନାହିଁ ।
ତେବେ ମହିଳାଙ୍କ ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି ବୋଲି ଜଣାପଡିଛି । ମହିଳାଙ୍କ ମୁଣ୍ଡ ନଥିବାରୁ ହାତରେ ଥିବା ଟାଟୁ ଓ ଘଉଜଈ ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଛି। ଘଉଜଈ ପାଖରେ ପୂର୍ବରୁ ତଥ୍ୟ ଥିଲେ ମହିଳାଙ୍କ ପରିଚୟ ମିଳିପାରେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର କହିଛନ୍ତି ।
ସେହିପରି ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଉକ୍ତ ମହିଳାଙ୍କ ପରିଚୟ ପାଇବା ପାଇଁ ଭୁବନେଶ୍ୱର ଅଞ୍ଚଳରେ ମହିଳାଙ୍କ ପୋଷ୍ଟର ଲଗାଯିବ ବୋଲି କୁହାଯାଇଛି । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା , ଡ୍ରେସ , ବୟସ , ଓ ଟାଟୁର ଚିହ୍ନ ରହିବ ।