ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ଦୁଇ ବର୍ଷ ପରେ ଧୁମ୍ ଧାମରେ ପାଳିତ ହେବ ଦୀପାବଳୀ ପର୍ବ । ଆଲୋକିତ ହେବା ସହ ଫୁଟିବ ବାଣ । ଏନେଇ ସବୁଠି ଉତ୍ସାହର ମାହୋଲ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୀପ ଜାଳିବା ଓ ବାଣ ଫୁଟାଇବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀ ଜରେି କରିଛି କମିଶନରେଟ ପୋଲିସ । ଏହାସହିତ ବାଣ ବିକ୍ରି ସ୍ଥାନରେ ନିୟମ ଉଲ୍ଲଂଘନ କଲେ କାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ଦୁଇ ଘଣ୍ଟା ଯେପରି ରାତି ୮ଟାରୁ ୧୦ ଭିତରେ ବାଣ ଫୁଟାଇବାକୁ ଅନୁମତି ରହିଛି । ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟରେ ବାଣ ଫୁଟାଇ ପାରିବେ ନାହିଁ । ବାଣ ଦୋକାନ ମଧ୍ୟରେ ଅତିକମରେ ୩ ମିଟରର ଦୂରତା ରହିବ । ଦୋକାନ ଗୁଡିକ ସାମ୍ନାସାମ୍ନି ହେବ ନାହିଁ । ଦୋକାନଠାରୁ ୫୦ ମିଟର ମଧ୍ୟରେ ଆତସବାଜି ପ୍ରଦର୍ଶନ ପାଇଁ ଅନୁମତି ନାହିଁ । ଗୋଟେ କ୍ଲଷ୍ଟରରେ ୫୦ରୁ ଅଧିକ ବାଣ ଦୋକାନ ପାଇଁ ଅନୁମତ ନାହିଁ । କମ ପ୍ରଦୂଷିତ ବାଣ ବିକ୍ରି ପାଇଁ ଅନୁମତି । ଏହାସହିତ ଦୋକାନରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ପାଇଁ ଅନୁମତି ।