ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚର୍ଚ୍ଚାରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା । ଗତ ଦୁଇ ଦିନ ହେବ ଅଦିତ୍ୟଙ୍କ ମୃତ୍ୟୁକୁ ନେଇ ବହୁତ କିଛି ଚର୍ଚ୍ଚା ହେଉଛି । ତେବେ ଆଦିତ୍ୟଙ୍କ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ଜବତ ହେବା ପରେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିଲା । କିନ୍ତୁ ଆଦିତ୍ୟଙ୍କ ପରିବାର ଲୋକେ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ତେବେ ଏହାରି ଭିତରେ ଜିଆରପିଏଫ ପୋଲିସ ତରଫରୁ ଏହ ହତ୍ୟା ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ରେଳବାଇ ପୋଲିସର ହସ୍ତଗତ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ତେବେ ଏହି ଆଘାତ କିପରି ଲାଗିଲା ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ସେହିପଭଲି ଆଦିତ୍ୟଙ୍କ ପତ୍ନୀଙ୍କ ହାତରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବାର ସୁରାଖ ଲାଗିଥିବାର ସେ ଗଣମାଧ୍ୟମକୁ କହିଛନ୍ତି । ତେବେ ତାହା କଣ ସେ କହିନାହାନ୍ତି ।
ସେହିପରି ଆଦିତ୍ୟଙ୍କ ବାପାଙ୍କ କହିବା ଅନୁସାରେ ସେ ମଦ ବିରୋଧୀ ଆନ୍ଦୋଳନ ସକ୍ର୍ରି୍ରୟ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି । ତେବେ ଆଦିତ୍ୟଙ୍କ ଡାଏରୀ ଏବେ ଧୀରେ ଧୀରେ ସବୁ ଘଟଣା ର ପର୍ଦଫାସ କରୁଛି । ତେବେ ମରିବା ପୂର୍ବ ଆଦିତ୍ୟ ତାଙ୍କ ଶେଷ କଥା ଏହି ଡାଏରୀରେ ଲେଖିଛନ୍ତି । ସୂଚନାଯୋଗ୍ୟ ଗତ ୭ ତାରିଖ ଦିନ ଆଦିତ୍ୟଙ୍କ ମୃତ ହେହ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା।ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ। ମାତ୍ର ସେ ଭୁବନେଶ୍ବରର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା ମଧ୍ୟ କରୁଥିଲେ।
ତା’ଛଡ଼ା ସୋସାଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାଶ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି।