ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୁଣ୍ଡବିନ୍ଧାର କାରଣ ହୋଇଛି ମାନବ ଚାଲାଣ ଗ୍ୟାଙ୍ଗ । ରାତି ପାହିଲେ କେଉଁଠି ନା କେଉଁଠି କାହାକୁ ଚାଲାଣ କରାଯାଉଛି । ସେ ନାବାଳକ ହେଉ ଅବା ମହିଳା/ଯୁବତୀ । ସମସ୍ତଙ୍କୁ ରାଜ୍ୟ ବାହାକୁ ଚାଲାଣ କରାଯାଉଛି । ଏହାପଛରେ ଏକ ବଡ଼ ରାକେଟ କାମ କରୁଛି । ପୁଲିସ ରେକର୍ଡକୁ ଦେଖିଲେ ଏହି ରାକେଟର ସମ୍ପୃକ୍ତ ମୋଟ ୨୧୬ଜଣ ପୁରୁଷ ଓ ୪୪ଜଣ ମହିଳା ଅଭିଯୁକ୍ତଙ୍କୁ ଏଯାବତ ଗିରଫ କରାଯାଇଛି । ତେବେ ଆହୁରି ଅନେକ ଏବେ ବି ପୁଲିସ ନଜର ଆଢ଼ୁଆଳରେ ରହିଛନ୍ତି ।
ତେବେ ଏଭଳି କ୍ଷେତ୍ରରେ ଏହା ଉପରେ କିଭଳି ରୋକ ଲାଗି ପାରିବ ସେନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ପୁଲିସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାମହିମ ରାଜ୍ୟପାଳଙ୍କ ସମେତ ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆମାଗୀ ଦିନରେ କିଭଳି ମାନବ ଚାଲାଣକୁ ରୋକାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ ପୂରା ଘଟଣାର ମୂଳରେ ପହଞ୍ଚିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ପୁଲିସ ରେକର୍ଡ କହୁଛି ୨୦୧୫ରୁ ୨୦୧୭ ମଧ୍ୟରେ ଏନେଇ ମୋଟ୍ ୨୫୪ଟି କେସ ରୁଜୁ କରାଯାଛି । ତଦନ୍ତରେ ୩୨୧ପୁରୁଷ, ୨୫୪ମହିଳା, ୨୧୦ଜଣ ନାବାଳକ ଓ ୨୧୭ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି ।