ଭୁବନେଶ୍ୱର( ଏଟିଆର ବ୍ୟୁରୋ): ପୁଲିସ ସୁରକ୍ଷା ପାଇଁ ଦାବି କରି ନିଲମ୍ଭିତ ହେଲେ ଏସିପି ସତ୍ୟଜିତ୍ ମିଶ୍ର । ବାଲିଆପାଳ ଆଇଆଇସିଙ୍କୁ ମାଡ ମରାଯିବା ଘଟଣାକୁ ନେଇ ପୋଲିସକୁ ସୁରକ୍ଷା ଦାବି କରିଥିଲେ ସତ୍ୟଜିତ । ଏକ ସାମ୍ବାଦିକ ସମ୍ମିଳନୀ ରେ ସେ ପୋଲିସର ସୁରକ୍ଷା ଦାବି ଉପସ୍ଥାପନା କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଡାକ୍ତରଙ୍କ ସୁରକ୍ଷା ପରି ପୁଲିସ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ଏବଂ ଏଥିପାଇଁ ସ୍ୱତନ୍ତ୍ର ଆଇନ ଆସୁ ବୋଲି ସଂଘ ପକ୍ଷରୁ ସେ ଦାବି କରିଥିଲେ।
କେବଳ ସେତିକି ନୁହେଁ, ରାଜ୍ୟରେ ଖାଲି ପଡିଥିବା ଏ.ଏସ.ଆଇ, ଏସ.ଆଇ ଓ ଇନ୍ସପେକ୍ଟର ପଦବୀ ପୂରଣ କରାଯିବା ସହିତ ,ସବୁ ଥାନା କୁ ଫୋର୍ସ ଯୋଗାଇ ଦିଆଯାଉ, ତଦନ୍ତ ଓ ଆଇନ ଶୃଙ୍ଖଳା ଡ୍ୟୁଟିକୁ ଅଧିକାରୀ ଙ୍କ ମଧ୍ୟରେ ଅଲଗା କରିବା ପ୍ରସଙ୍ଗ ଉଠାଇଥିଲେ । ଯାହାର ପରିଣାମ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ଭିତ କରାଯାଇଛି । ‘ସର୍ଭିସ କୋଡ୍’ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣା ପଡିଛି ।
ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ପୋଲିସ ସଂଘର ସଭାପତି ରହିଥିଲେ ଏସିପି ସତ୍ୟଜିତ୍ ମିଶ୍ର । ସୂଚନାଯୋଗ୍ୟ କିଛି ଦିନ ତଳେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ୟ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।ଆଇଆଇସିଙ୍କୁ ମାଡ଼ ପ୍ରତିବାଦରେ କାର୍ୟ୍ୟରତ ପୁଲିସ ଅଧିକାରୀମାନଙ୍କର ସୁରକ୍ଷା ଦାବି କରି ସାମ୍ବାଦିକ ସମ୍ମିଳନୀ କରିଥିବା ପୁଲିସ ଅଫିସର୍ସ ସଂଘ ସଭାପତି ତଥା ପୁଲିସ କମିସନରେଟ୍ ମୁଖ୍ୟାଳୟ ଏସିପି ସତ୍ୟଜିତ ମିଶ୍ର ।