ରାଉରକେଲା(ଏଟିଆର ବ୍ୟୁରୋ): ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧୀଙ୍କ ଠକେଇ । ଏହିଭଳି ଅପରାଧ କୁ ରୋକିବା ନେଇ ସୋମବାର ଠାରୁ ରାଉରକେଲାରେ ୫ ଦିନିଆ ଟିମ୍ ଗଠନ କରାଯାଇଛି ।ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ବେଳେ ପୋଲିସ ପକ୍ଷେ ସେମାନଙ୍କୁ ଧରିବା କଠିନ ହୋଇପଡୁଛି ।
ସାଇବର ଅପରାଧୀଙ୍କୁ ଧରିବା ପାଇଁ ଡିଏସପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କ ସମେତ ୩୦ ଜଣ ପୋଲିସ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ବାସନ୍ତୀ କଲୋନିସ୍ଥିତ ଏସ୍.କେ.ଡିଏଭି ପଲିଟେକନିକ ଠାରେ ଶିବିର ଉଦଘାଟିତ ହୋଇଛି ।
ପ୍ରଶିକ୍ଷଣ ଶିବିର ଆସନ୍ତା ୧୮ ତାରିଖର ପର୍ଯ୍ୟନ୍ତ ଚାଲିବ । ଏଥିରେ ସୁନ୍ଦରଗଡ, ଦେବଗଡ, ଓ କେନ୍ଦୁଝର, ଜିଲ୍ଲା ପୋଲିସ ଅଧିକାରୀ ଯୋଗ ଦେଇଛନ୍ତି । ହାଇଦ୍ରାବାଦରୁ ଆସିଥିବା ସ୍ୱତନ୍ତ୍ର ସାଇବର ଟିମ ଏମାନଙ୍କୁ ତାଲିମ ପ୍ରଦାନ କରିବେ ।
ସାଇବର ଠକଙ୍କୁ ଧରିବା ପାଇଁ ତଦନ୍ତ କିପରି ହେବା ଦରକାର , ଏବଂ କେଉଁ କେଉଁ ଦିଗ ଉପରେ ଧ୍ୟାନ୍ୟ ଦେବାକୁ ପଡିବ ଆଦି ବିଷୟ ଉପରେ ପାଠ ପଢାଉଛନ୍ତି । କେବଳ ତଦନ୍ତ ନୁହେଁ ଅତ୍ୟାଧୁନିକ ଟେକନିକ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।