ଜଟଣୀ (ଏଟିଆର ବ୍ୟୁରୋ) ; ଜନ ସାଧାରଣଙ୍କ ସେବାରେ କମିଶନରେଟ ପୋଲିସ । ଜନତାଙ୍କ ସାହାଯ୍ୟ ସହଯୋଗ ପାଇଁ ସବୁବେଳେ ବନ୍ଧୁତାର ହାତ ବଢ଼ାଇଥାଏ । ସେହିପରି ଚୋର ଡକାୟତଙ୍କୁ ଧରିବା ପାଇଁ ସଦା ସର୍ବଦା ସଜାଗ ରହିଥାଏ । ଏବଂ ଆଇନ ଅନୁସାରେ କଠୋର ଦଣ୍ଡ ଦେବାକୁ ମଧ୍ୟ ପଛାଇ ନଥାଏ । ତେବେ ଆଜି କମିଶନରେଟ ପୋଲିସକୁ ଏକ ବଡ ସଫଳତା ମିଳିଛି । ଜଟଣୀ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ବନ୍ଧୁକ ବେପାରୀ ପାଖରୁ ୪ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି । ପୋଲିସର ଏହି ସଫଳତା ମିଳିଥିବା ଖବର ପ୍ରକାଶ ପାଇବା ପରେ ପ୍ରଶଂସା କରିଛନ୍ତି ଜନସାଧାରଣ । କାରଣ ଦିନକୁ ଦିନ ବଢ଼ିଚାଲିଛି ଡକାୟତଙ୍କ ରାଜ । ଦୁର୍ବୃତ୍ତମାନେ ସାଧାରଣ ଲୋକଙ୍କୁ ବନ୍ଧୁକ ଦେଖାଇ ଲୁଟିନେଉଛନ୍ତି ବହୁ ଧନସମ୍ପତ୍ତି ।
ଏହି ବେପାରୀ ପାଖରୁ କେଉଁମାନେ ବନ୍ଧୁକ ନେଉଛନ୍ତି ? ଏସବୁ ବନ୍ଧୁକ କେଉଁ କାମରେ ଲାଗୁଛି ? ଏସମ୍ପର୍କରେ ପୋଲିସ କୈାଣସି ତଥ୍ୟ ପାଇପାରିନାହିଁ । କିନ୍ତୁ ଏହି ଚୋରା ବନ୍ଧୁକ ଚାଲାଣ ନେଟୱ୍ୱାର୍କର ଖିଅ କେଉଁଆଡେ ଲମ୍ବିଛି ଏସବୁ ବିଷୟରେ ଜାଣିବା ପାଇଁ ପୋଲିସ ତଦନ୍ତ ଜାରୀ ରଖିଛି । ଯେଉଁମାନେ ଏହି ନେଟସ୍ୱାର୍କ ସହ ସପୃକ୍ତ ଥିବେ ସେମାନଙ୍କୁ ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯିବ ବୋଲି କହିଛି କମିଶନରେଟ ପୋଲିସ ।