କଟକ(ଏଟିଆର ବ୍ୟୁରୋ):କଟକ ନୟାସଡ଼କ ଆଇ.ଆଇ.ଏଫ.ଏଲ ରେ ୨୦ କୋଟି ଟଙ୍କାର ସୁନା ଲୁଟ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତାଚ ।କଟକ ଡ଼ିସିପିଙ୍କ ନେତୃତ୍ୱରେ ହୋଇଥିଲା ତଦନ୍ତ । ଏନେଇ ପ୍ରେସ ମିଟରେ ସୁଚନା ଦେଇଛନ୍ତି ପୋଲିସ କମିଶନର । ଲୁଟେରାଙ୍କ ବ୍ୟବହୃତ ହୋଇଥିବା ବାଇକ୍ ମଧ୍ୟ ଜବତ କରିଛି ପୋଲିସ ।ଲୁଟେରାଙ୍କ ପର୍ଦ୍ଦାଫାସ କରୁଥିବାରୁ ଡ଼ିସିପିଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର ।
ବଡ଼ କଥା ହେଉଛି କି , ଏହି ବ୍ୟାଙ୍କ ଲୁଟ ପଛର ମୁଖ୍ୟ ହେଉଛନ୍ତ ସେହି ବ୍ୟାଙ୍କର କର୍ମଚାରୀ । କର୍ମଚାରୀଙ୍କ ନାମ ହେଉଛି ଲାଲା ଅମ୍ରିତ ରାୟ । ଏହି ଡ଼କାୟତି ରେ ୪ ଜଣ କର୍ମଚାରୀ ନିୟୋଜିତ ଥିଲେ । ଏବଂ ଏହି ଲୁଟ କୁ ପରିଚାଳନା କରିଥିଲେ ଆଉ ଜଣେ କର୍ମଚାରୀ । ଯାହାଙ୍କର ନାମ ହେଉଛନ୍ତି ରଞ୍ଚନ ବେହେରା । ଲାଲା ଓ ଅମ୍ରିତ ରାୟ ଏବଂ ରଞ୍ଜନ ବେହେରା ଦୁହେଁ ମିଳିତ ଭାବରେ ପ୍ଲାନ କରି ଏହି ଲୁଟ କରିଥିବା ଜଣାପଡ଼ିଛି ।
ଲାଲା ଓ ଅମ୍ରିତ ବ୍ୟାଙ୍କ ରୁ ପୁଳା ପୁଳା ସୁନା ଲୁଟ କରିଥିଲେ । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ବ୍ୟାଙ୍କର ସବୁ ସୁରକ୍ଷା ବ୍ୟବସ୍ଥା ଅକାମି ରହିଥିଲାଲୁଟ ବେଳେ ବ୍ୟାଙ୍କର ସୁରକ୍ଷା କର୍ମୀ ଛୁଟିରେ ଥିଲେ, ସିସିଟିଭି କ୍ୟାମେରା ଖରାପ ଥିଲା , ଆଲାର୍ମ କାମ କରୁନ ଥିବାର ଜଣାପଡ଼ିଛି । ଏସିପି ଶୁଭନାରାୟଣ ମୁଦୁଲି, ଏସିପି ଅମରେନ୍ଦ୍ର ପଣ୍ଡା, ଇନସ୍ପେକ୍ଟର ଅଜୟ ଦାସ, ଇନସ୍ପେକ୍ଟର ତାପଶ ପ୍ରଧାନ, ରଶ୍ମିରଞ୍ଜନ ମହାପାତ୍ର, ରବିନ୍ଦ୍ରନାଥ ମେହେରଙ୍କ ପରିଶ୍ରମ ପାଇଁ ଏହି ଲୁଟେରାମାନେ ଧରାପଡ଼ିଛନ୍ତି ।