ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଂପାଦକ ସମୀର ମହାନ୍ତି, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଦାମୋଦର ରାଉତ, ବିଜୟ ମହାପାତ୍ର ଓ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ସୁଚାରୁ ରୂପେ ପାଳନ କରିବା ପାଇଁ ସୂଚନା ଦେଇଛନ୍ତି ।
ବିଦୁସ୍ମିତାଙ୍କ ପୂର୍ବରୁ ବିଜେପିରେ ଓଲିଉଡର ବହୁ ଅଭିନେତା ଏବଂ ଅଭିନେତ୍ରୀ ଯୋଗ ଦେଇଛନ୍ତି । ଯାହାକି ଦଳର କଳ,ବଳକୁ ବଢ଼ାଇବାରେ ସହାୟକ ହୋଇଛି । ବିଜେପିରେ ପିଣ୍ଟୁ ନନ୍ଦ,ମହାଶ୍ୱେତା,ଅପରିଜିତା,ଶ୍ରୀତମ,ଅନୁଚୌଧୁୁରୀ,ପିଙ୍କି ଏବଂ ମିହିର ଦାସ,ଗୀତିକାର ପଞ୍ଚାନନ ମଧ୍ୟ ପୂର୍ବରୁ ଯୋଗ ଦେଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଦଳ ପିଙ୍କିଙ୍କୁ ଭରଷା କରି ଦିଗପହଣ୍ଡୀରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ପ୍ରାର୍ଥୀ କରିଛି । ଅପରପକ୍ଷରେ ଅନ୍ୟ କେଉଁ ଅଭିାନତା ଏବଂ ଅଭିନେତ୍ରୀଙ୍କୁ ପ୍ରାର୍ଥୀ କରିନଥିବା ବେଳେ ସେମାନଙ୍କୁ ଷ୍ଟାର କ୍ୟାମ୍ପେନର କରିବ ବୋଲି ସୂଚନ ମିଳିଛି । ଅମିତ ଶାହାଙ୍କ ୧୨୦ ପ୍ଳସ ଗଣିତକୁ ସଫଳ କରିବା ପାଇଁ ଜଣକ ପରେ ଜଣେ ନେତାଙ୍କୁ ବିଜେପିରେ ସାମିଲ କରୁଛି ଦଳ । ତେବେ ଆଗାମୀ ଦିନରେ ଏହାର ଫାଇଦା କଣ ହେବ ତାଉପରେ ସମସ୍ତଙ୍କ ନଜର ।