ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିର ଜଣେ ବରିଷ୍ଟ ରାଜନେତା ଭାବରେ ବେଶ ପରିଚିତ ହେଉଛନ୍ତି ଦିଲୀପ ରାୟ । ରାଉରକେଲାରେ ଦିଲୀପଙ୍କ ଲୋକ ପ୍ରିୟତା ବଢ଼ିବା ସହିତ ସଂଗଠନ ଦୃଢ଼ ରହିଛି । କିନ୍ତୁ ଦିଲୀପ ଏବେ କୌଣସି ରାଜନୈତିକ ଦଳରେ ନାହାଁନ୍ତି । ଅପରପକ୍ଷରେ ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳ ଏଠାରେ ପ୍ରାର୍ଥୀ ଘୋଷଣା କରିସାରିଲେଣି । ଏଣୁ ଦିଲୀପ ଏଠାରେ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ହୋଇପାରିବେ ନାହିଁ । ଯଦି ସେ କୌଣସି ଦଳରେ ଯୋଗ ନଦେବେ ତେବେ ସ୍ୱାଧୀନ ଛିଡା ହେବେ କି? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ରାଉରକେଲାରେ ବିଜେଡି ପୂର୍ବତନ ମନ୍ତ୍ରୀ ଶାରଦା ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ନିହାର ରାଏଙ୍କୁ ପ୍ରାର୍ଥୀ କରିସାରିଛି । ସେହିଭଳି କଂଗ୍ରେସ ରାଉରକେଲାରୁ ବୀରେନ ସେନାପତିଙ୍କୁ ଟିକେଟ୍ ଦେଇଛି । ଆଜି ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୩ତାରିଖରେ ତୃତୀୟ ପର୍ୟ୍ୟାୟରେ ଭୋଟ୍ ଗ୍ରହଣ ହେବ । ତେବେ ସେ କେଉଁ ଦଳରେ ଯୋଗ ଦେବେ ଏବଂ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସ୍ପଷ୍ଟ ହୋଇପାରୁ ନାହିଁ ।
ବିଜେପିରୁ ବିଜୟ ମହାପାତ୍ର ଏବଂ ଦିଲୀପ ରାୟ ମିଶି ଦଳ ଛାଡିଥିଲେ । ଉଭୟ ବିଜେଡିରେ ସାମିଲ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଦିଲୀପ ଦୀର୍ଘ ୧୯ ବର୍ଷ ପରେ ନବୀନ ନିବାସରେ ପାଦ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଥିଲେ । କିନ୍ତୁ ଏବେ ସୁଦ୍ଧା ସେ ଦଳରେ ଯୋଗ ଦେଇନାହାଁନ୍ତି । ଆଜି ବିଜୟ ବିଜେପିକୁ ଯିବ ପରେ ରାଜନୈତିକ ପାଣିପାଗ ଉ୍େମ ହୋଇ ଯାଇଛି । ସାଥୀ ହୋଇ ବିଜେପି ଛାଡିବା ପରେ ବିଜୟଙ୍କ ଘର ବାହୁଡା ହୋଇଥିଲେ ସୁଦ୍ଧା ଦିଲୀପ ଏବେ ପର୍ଯ୍ୟନ୍ତ କେଉଁ ଦଳକୁ ଯିବେ ଏବଂ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ କରି ପାରୁନାହାଁନ୍ତି ।