ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଦିନ କେଇଟା ପରେ ହେବ ନିର୍ବାଚନ । ଏଣୁ କିଏ କେଉଁଠାରେ ଟିକେଟ ପାଇବ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ସବୁ ଚର୍ଚ୍ଚା ଅନ୍ତ ଘଟାଇ ନିଜ ଦଳର ପ୍ରାର୍ଥୀ ଚୟନ କରି ଚଳିତ ମାସ ଶେଷ ସୁଦ୍ଧା ଘୋଷଣା କରିବ ବୋଲି ସୂଚନା ଦେଇଛି । ଏଣୁ ଆଜି ପ୍ରାର୍ଥୀ ଚୟନ କରିବା ପାଇଁ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି । ଏହି କିମିଟିର ସଦସ୍ୟମାନେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କମିଟିର ସଦସ୍ୟମାନେ ରହିବେ ବୋଲି ସୂଚନା ମିଳିଛି । ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସାଥୀଶାନ୍ ଓ ସଦସ୍ୟ ନୌଶାଦ ସୋଲାଙ୍କି ପ୍ରାର୍ଥୀ ଚୟନ ସମ୍ପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିବାକୁ ଆଜି ଆସୁଛନ୍ତି।
କେନ୍ଦ୍ରରେ ସରକାର ଗଢ଼ିବା ପାଇଁ କଂଗ୍ରେସର ଲକ୍ଷ । ଏଣୁ ପ୍ରଥମେ ଲୋକସଭା ଆସନ ଉପରେ ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି । ଏଣୁ ଆଜି ବ୍ରହ୍ମପୁର ଗସ୍ତ କରି ଆସିକା ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ, ୧୪ ତାରିଖରେ ନବରଙ୍ଗପୁର ଠାରେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୫ ତାରିଖରେ ଜୟପୁରଠାରେ କୋରାପୁଟ ଲୋକସଭା ଓ ଏହାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଗ୍ରହଣ କରିବେ।
ତେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଟ୍ୱିଟ କରିଥିଲେ କି ଯେଉଁ ପ୍ରାର୍ଥୀ ତିନି ଥର ନିର୍ବାଚନ ହାରିଥିବେ ତାଙ୍କୁ ଏଥରକ ଟିକ୍ଟ ମିଳିବ ନାହିଁ । ଏଣୁ ଏହାକୁ ନେଇ ଚିନ୍ତାରେ ସ୍ମିନିଂ କମିଟି ଏବଂ ପିସିସି ସଭାପତି । ଯଦି ଏଭଳି ହୁଏ ତେବେ ଦଳର ବହୁ ତୁଙ୍ଗ ନେତା ବଳି ପଡିଯିବେ । ତିନି ଥର ହାରିବା ପରେ ମଧ୍ୟ କେତେକ ନେତା ପୁନର୍ବାର କ୍ୟାମ୍ପେନିଂ କରି ଫିଲ୍ଡ ସଜାଉଥିବା ବେଳେ ଟିକେଟ ନଦେଲେ ଦଳକୁ ଅଡୁଆ ହେବ ବୋଲି ଚର୍ଚ୍ଚା ହେଉଛି । ତେଣୁ ସ୍କ୍ରିନିଂ କମିଟି ଓ ରାଜ୍ୟ କଂଗ୍ରେସ ନେତା ଏହି ଅବସରରେ ରାହୁଲଙ୍କ ଟ୍ବିଟ୍ ବିଷୟରେ ଆଲୋଚନା କରିପାରନ୍ତି ।