ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା କାଲି ପୁଣି ଥରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ଆୟୋଜିତ ହୋଇଥିବା ଜନଜାତି ମହାଧିବେଶନରେ ଯୋଗ ଦେବେ । ପୁରୀରେ ଦୁଇ ଧରି ଚାଲିବ ଏହି ଅଧିବେଶନ । ଦ୍ୱିତୀୟ ଦିନରେ ଶାହା ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମ ଦିନରେ ଆୟୋଜିତ ହୋଇଥିବା ଅଧିବେଶନରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଶୁଭ ଉଦଘାଟନ କରିବେ । ଏହି ସମାବେଶରେ ୫ହଜାରରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେବେ । ମୁଖ୍ୟତଃ ଏହି ସମାବେଶରେ ଆଦିବାସୀ ନେତା ଏବଂ ମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ତେବେ ଏହି ସମାବେଶରେ ଶାହା କଣ କହିବେ ତାକୁ ନେଇ ଚର୍ଚ୍ଚା ହେଉଛି ।
ନିକଟରେ ଓଡିଶାର ସାଲେପୁରରେ ସମାବେଶ କରି ରାଜ୍ୟ ସରକାର ଏବଂ କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଥିଲେ ଶାହା । ତେବେ ଏହି ସମାବେଶରେ କଣ କହିବେ ଏବଂ ଆଦିବାସୀ ଭୋଟ ବ୍ୟାଙ୍କ ହାତେଇବା ପାଇଁ କି ବାଣ ମାରିବେ ଶାହା ତାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଓଡିଶା ବିଜେପି କର୍ମୀ ୧୨୦ ପ୍ଳସ ଟାକ୍ସ ଦେଇଥିବା ଶାହା ବାରମ୍ବାର ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବଂ ବିିଜେପି ସହ ଯୋଡି ହେବା ପାଇଁ ଆହ୍ୱାନ କରୁଛନ୍ତି । ସେପଟେ ଅମିତ ଶାହାଙ୍କ ଗଣିତ ପ୍ରାୟ ଠିକ ହୋଇ ଥାଏ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଏଣୁ ଏହାର କିଛି ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।
ନିର୍ବାଚନ ପାଖେଇ ଆସୁଥିବାରୁ ମାଳମାଳ କେନ୍ଦ୍ରୀୟ ନେତା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ମନ ଇଛା ବକି ଚାଲି ଯାଉଛନ୍ତି । ମାତ୍ର ଏହାର କୌଣସି ପ୍ରଭାବ ବିଜେଡି ପଡିବନି ବୋଲି ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶା ଲୋକ ଜାଣିଛନ୍ତି ଶାସକ ଦଳ ସେମାନଙ୍କ ପାଇଁ କଣ କରିଛନ୍ତି ଏବଂ ବିଜେଡି ସରକାର ସବୁବେଳେ ଓଡିଶା ଲୋକଙ୍କ ଅସୁବିଧାରେ ସହାୟକ ହୋଇଥାଏ । ଏଣୁ ଓଡିଶା ଲୋକ ବିଜେଡିକୁ ସମର୍ଥନ ଦେବେ । ଏବଂ ପୁନର୍ବାର ସରକାର ଗଢ଼ିବ ଏଥିରେ କୌଣସି ସନ୍ଦେହ ନାହିଁ । ଏପରି ମତ ରଖିଛି ବିଜେଡି । ସେ ଅମିତ ଶାହା ହୁଅନ୍ତୁ ବା କେଜ୍ରିୱାଲ । ଯେତେ ବଡ କେନ୍ଦ୍ରୀୟ ନେତା ଓଡିଶା ଆସିଲେ ବିଜେଡି ଉପରେ କୌଣସି ପ୍ରଭାବ ପଡିବନି ।