କେନ୍ଦୁଝର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କେନ୍ଦୁଝର ମେଡିକାଲ ପଡିଆରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଶାହା । ଓଡିଶାରେ ଦୀର୍ଘ ୧୭ ବର୍ଷ ଶାସନରେ ରହିଥିବା ବିଜେଡି ସରକାରଙ୍କୁ ଏଥରକ ବଦଳାଇବା ପାଇଁ ନିଜର ଉଦବୋଧନରେ କହିଛନ୍ତି । ଶାହା କହିଛନ୍ତି ଓଡିଆ କହିପାରୁଥିବା ଜଣେ ଲୋକଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଭାବରେ ବାଛନ୍ତୁ ଏବଂ ନବୀନଙ୍କୁ ବିଦା କରନ୍ତୁ । ଏଭଳି ବହୁ କଡାଭାଷାରେ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ।
ଓଡିଶାରେ ଶାହା ୧୨୦ ପ୍ଳସର ଟାକ୍ସ ଦେଇଥିଲେ । ଏଣୁ ନିୟମିତ ଓଡିଶା ଗସ୍ତରେ ଆସି ନବୀନଙ୍କୁ ଟାର୍ଗେଟ କରି ଓଡିଶାବାସୀଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛନ୍ତି ଶାହା । ପୂର୍ବରୁ ସେ ନବୀନଙ୍କୁ ପୋଡା ଟ୍ରାନ୍ସଫରମର, ଉପାଡି ଫୋପାଡି ଦିଅନ୍ତୁ କହି ସମାଲୋଚନା ମଧ୍ୟ କରିଥିଲେ । ଆଜି ସଭାରେ ସଭାରେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । କେନ୍ଦୁଝରବାସୀଙ୍କ ପ୍ରିୟ ହେବା ପାଇଁ ସେ କହିଛନ୍ତି କି ସ୍ଥାନୀୟ ଅଞ୍ଚଳରେ ହୋଇଥିବା ମେଡିକାଲ କଲେଜ ପାଇଁ ରାଜ୍ୟ କିଛି ସାହାର୍ଯ୍ୟ କରିନାହିଁ । ଯାହା ହୋଇଛି ସବୁ କେନ୍ଦ୍ର ସରକାରଙ୍କ ଅବଦାନ । ଏଣୁ ଦେଶରେ ମୋଦିଙ୍କ ଲହର ଚାଲିଥିବାରୁ ଓଡିଶାରେ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଲୋକଙ୍କୁ ଆହ୍ୱାନ କରିଛନ୍ତି ଶାହା ।
ଓଡିଶାବାସୀଙ୍କ ଦୁଃଖ ଅର୍ଜିତ ଧନକୁ ଚିଟଫଣ୍ଡ କମ୍ପାନୀମାନେ ଚଳୁ କରି ନେଇ ଦେଇଛନ୍ତି । ତେବେ ଏଥିରେ ବିଜେଡିର କିଛି ନେତାଙ୍କ ନାମରେ ମାମଲା ରୁଜୁ ହୋଇଛି । କିଛି ନେତା ଏହି ମାମଲାରେ ଜେଲ ଯିବା ସହିତ ସିବିଆଇ ଜେରାର ସମୁଖୀନ ମଧ୍ୟ ହୋଇଛନ୍ତିି । ତେବେ ଶାହା କହିଛନ୍ତି କି ଓଡିଶାରେ ଯଦି ବିଜେପି ସରକାର ଆସେ ତେବେ ଚିଟଫଣ୍ଡରେ ସହ ସମ୍ପୃକ୍ତଥିବା ବ୍ୟକ୍ତିଙ୍କୁ ଜେଲ ପଠାଯିବ । ଏଭଳି ବହୁ ଆଶା ଦେଇ ଲୋକଙ୍କ ମନରେ ଜାଗା ବନାଇବା ପାଇଁ ଚେଷ୍ଟା କରିଛନ୍ତି ଶାହା । ଆସନ୍ତା ୧୭ ତାରିଖରେ ପୁଣିଥରେ ଓଡିଶା ଗସ୍ତରେ ଆସିବେ ଶାହା । ତେବେ କେନ୍ଦ୍ରୀୟ ନେତାଙ୍କ ବାରମ୍ବାର ଓଡିଶା ଗସ୍ତ ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।