ନୟାଗଡ (ଏଟିଆର ବ୍ୟୁରୋ); ଗତକାଲି ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକ । ନୂଆ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ପୂର୍ବରୁ ନିଶ୍ଚିନ୍ତ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିବା ନେତା ମାନେ ବଳି ପଡିଯାଇଛନ୍ତି । ଏଥରକ ନବାଗତଙ୍କୁ ସୁଯୋଗ ଦେଇଛନ୍ତି ନବୀନ । କୋଚିତ ନେତା ପ୍ରଥମ ପାଳିରୁ ମନ୍ତ୍ରୀ ହେବାର ସୁଯୋଗ ପାଇଥାନ୍ତି । କିନ୍ତୁ ଏଥର ବହୁ ନବାଗତଙ୍କୁ ମିଳିଛି ବଡ ପଦବୀ ।
ପୂର୍ବରୁ ଚର୍ଚ୍ଚାକୁ ଆସିଥିବା ହେବିୱେଟ ମନ୍ତ୍ରୀ ପଦ ପାଇନାହାଁନ୍ତି । ତେବେ ନୟାଗଡ ଜିଲ୍ଲାର ୪ଟି ଆସନ ମଧ୍ୟରୁ ଦୁଇଟି ବିଧାୟକ ମନ୍ତ୍ରୀ ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ପୁରୀ ଲୋକସଭା ଅଞ୍ଚଳରୁ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ କଟକ ଲୋକସଭା ଅଧିନରେ ଯାଉଥିବା ନୟାଗଡ ଜିଲ୍ଲାର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏପରିକି ସୌମ୍ୟ କ୍ୟାବିନେଟ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।
ଶେଷରେ ସବୁ କିଛି ଚର୍ଚ୍ଚାର ଅନ୍ତ ଘଟିଛି । ଜିଲ୍ଲାରୁ କେବଳ ଜଣଙ୍କ ଉପରେ ଭରଷା କରି ମନ୍ତ୍ରୀ ପଦ ଦେଇଛନ୍ତି ନବୀନ । ନୟାଗଡ ଆସନରୁ ୪ଥର ବିଧାୟକ ହୋଇଥିବା ଅରୁଣଙ୍କ ଉପରେ ଅଧିକ ଭରଷା କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମଥର ଲାଗି ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ିଥିବା ସୌମ୍ୟଙ୍କ ଦିନବେଳିଆ ସ୍ୱପ୍ନ ଅଧାରେ ରହିଯାଇଛି । ଅରୁଣଙ୍କୁ କୃଷି, ମତ୍ସ୍ୟ, ପଶୁସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ଦିଆଯାଇଛି ।