ରାୟଗଡା (ଏଟିଆର ବ୍ୟୁରୋ) ; ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଉକ୍ରଳ ଭାରତର ସଭାପତି ମହାମେଘ ବାହାନ ଐର ଖାରବେଳ ସ୍ୱାଇଁଙ୍କୁ ପୁଣିଥରେ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ମାରୁଥିବାର ଦୃଶ୍ୟ ନିଜର ଫେସବୁକ ପେଜରେ ଶେୟାର କରିଛନ୍ତି ଏହି ଭିଡିଓ । ରାୟଗଡା ଜିଲ୍ଲା କାଶୀପୁରରେ ଘଟିଛି ଏଭଳି ଘଟଣା । ତେବେ ମିଳିଥିବା ସୂଚନା ମୁତାବକ ଆୟୋଜିତ ହୋଇଥିବା ଆୟୋଜିତ ହୋଇଥିବା ଏକ ଖୋଲା ମଞ୍ଚକୁ ଦୁଇ ତିନି ଜଣ ଯୁବକ ପଶି ଆସି ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଖାରବେଳଙ୍କ ଉପରକୁ ଆକ୍ରମଣ କରିଥିଲା । ଏଠାକୁ କାହିଁକି ଆସିଛ ଆମେ ତମକୁ ଚିହ୍ନିନୁ କହି ମାଡ ମାରିଥିଲେ ।ତେବେ ସବୁଠାରୁ ବଡ କଥା ହେଉଛି ସଭା ପାଇଁ ଖରବେଳ ପୋଲିସ ସୁରକ୍ଷା ମାଗିଥିଲେ ମଧ୍ୟ କେହି ଆସିନଥିଲେ ।
ଗତ ଅକ୍ଟୋବର ୨୪ ତାରିଖରେ ଉତ୍କଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ହୋଇଥିଲା । ଆଳିରେ ସଭା କରୁଥିବା ବେଳେ କିଛି ଲୋକ ତାଙ୍କ ପ୍ରଚାର ମାଇକ୍ ଭାଙ୍ଗିବା ସହ ଖାରବେଳଙ୍କ ସମେତ ସମର୍ଥକଙ୍କୁ ଗାଳି କରିଥିଲେ । ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରାରେ ଯୋଗ ଦେଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଏହା ହେଉଛି ପ୍ରତାପ ଦେବଙ୍କ ଏରିଆ ତମେ କଣ ପାଇଁ ଆସିଛ ବୋଲି ଖାରବେଳଙ୍କୁ ପ୍ରଶ୍ନ କରିଥିଲେ ଆକ୍ରମଣକାରୀ । ବିଜେଡି କର୍ମୀମାନେ ସେହି ସ୍ଥାନ ତୁରନ୍ତ ଛାଡ଼ି ପଳାଇ ନଗଲେ ହାଣିଦେବେ ବୋଲି ଖାରବେଳଙ୍କୁ ଧମକ ଦେଇଥିଲେ । ଅଭିଜିତ୍ ଆୟାରଙ୍କ ସପକ୍ଷରେ ଗଣମାଧ୍ୟମରେ ଖାରବେଳ ମତ ରଖିଥିବାରୁ କାହିଁକି ସେପରି ମନ୍ତବ୍ୟ ଦେଇଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ଆକ୍ରମଣକାରୀ ।