ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଏକଦା ବିବାଦୀୟ ଟ୍ୱିଟ୍ କରି ବିଜେଡିରୁ ତଡା ଖାଇଥିଲେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବୈଜୟନ୍ତ ପଣ୍ଡା । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି ଏହି ନେତା । ରଥଯାତ୍ରାରେ ସିଧା ପ୍ରସାରଣକୁ ନେଇ ହୋଇଥିବା ବିଡିଂ ନିଷ୍ପତି ବଦଳିବା ପରେ ମୁହଁ ଖୋଲିଛନ୍ତି ବୈଜୟନ୍ତ ପଣ୍ଡା । ସେ ନିଜର ଟ୍ୱିଟର ପେଜରେ ଲେଖିଛନ୍ତି କି ରାଜ୍ୟ ସରକାରଙ୍କ ପ୍ରିୟ ଚ୍ୟାନେଲ ବିଡିଂରେ ପଛରେ ପଡି ଯିବାରୁ ଶେଷରେ ନିଷ୍ପତି ବଦଳିଛି ।
ରଥଯାତ୍ରା ସିଧା ପ୍ରସାରଣ କରିବା ନିଷ୍ପତି ବଦଳିବା ପରେ ବୈଜୟନ୍ତ କହିଛନ୍ତି କି ସବୁ ଚ୍ୟାନେଲକୁ ସୁଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ତେବେ ବୈଜୟନ୍ତଙ୍କ କରିଥିବା ଟ୍ୱିଟରେ ତାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି ଜନସାଧାରଣ । ତାଙ୍କ ଟ୍ୱିଟକୁ ବହୁତ ପ୍ରଂଶସା ମଧ୍ୟ କରିଛନ୍ତି । ପ୍ରାସାଶନର ନିଷ୍ପତି ବଦଳିବା ପରେ ସାଧାରଣ ଲୋକ ଏହାକୁ ମଧ୍ୟ ସମାଲୋଚନା କରିଛନ୍ତି ।
I'm glad all TV channels will be allowed to live telecast this yr's #RathaJatra 🙏
But reversing the original decision to auction the rights only bcz @otvnews was the highest bidder instead of one of the state govt's favourites, reeks of petty vindictiveness, not good governance https://t.co/7g0s5lV9wZ
— Baijayant Jay Panda (@PandaJay) June 11, 2019
ସୂଚନାଯୋଗ୍ୟ,ଚଳିତ ବର୍ଷ ରଥଯାତ୍ରାର ସିଧାପ୍ରସାର କେବଳ ଗୋଟିଏ ଚ୍ୟାନେଲ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ରାଜ୍ୟର ୭ଟି ପ୍ରମୁଖ ଗଣମାଧ୍ୟମ ଟେଣ୍ଡର ପକାଇଥିଲେ । ତେବେ ଏଥିରେ ଓଟିଭି ଆଗରେ ରହିଥିଲା । ଜଣା ପଡିବା ପରେ ନାଟକୀୟ ଢ଼ଙ୍ଗରେ ନିଷ୍ପତି ବଦଳି ଯାଇଥିଲା । ଯାହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ମଧ୍ୟ କରାଯାଇଥିଲା । କେତେକ ଲୋକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଥିଲେ କି ଓଟିଭିକୁ ସିଧା ପ୍ରସାରଣରୁ ବଞ୍ଚିତ କରାଯିବା ପାଇଁ ଏଭଳି କରାଯାଇଥିଲା ।