ଜଗତସିଂପୁର( ଏଟିଆର ବ୍ୟୁରୋ) : ସବୁବେଳେ ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ଥିବା ବରିଷ୍ଠ ନେତା ଦାମ ରାଉତ ଏଥର ନିଜ ଦମ୍ ଦେଖାଇ ପାରିଲେ ନାହିଁ । ନିଜ ଜନ୍ମ ମାଟି ବାଲିକୁଦା ଏରସମା ବିଧାନସଭା ଆସନରେ ସେ ତୃତୀ ସ୍ଥାନରେ ରହିଛନ୍ତି । ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ଯେଉଁ ଦମ୍ଭ ଦେଖାଉଥିଲେ ତାହା ଏଥର ଭୋଟରେ ଦେଖିବାକୁ ମଳିନଥିଲା । ଏହି ବିଧାନସଭା ଆସନରେ କଡା ଟକ୍କର ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏବଂ କଂଗ୍ରେସ ପ୍ରାର୍ଥୀ ଲଟାଟେନ୍ଦୁ ମହାପାତ୍ରଙ୍କ ମଧ୍ୟରେ ହୋଇଛି ।
ରଘୁ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୨୮୩୪୧ ଖଣ୍ଡ ଭୋଟରେ ଆଗୁଆ ରହି ଉକ୍ତ ଆସନକୁ ଅକ୍ତିଆର କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ଡାକ୍ତର ଦାମଦୋର ରାଉତ ନିଜେ କହିଥିଲେ କି ସେ ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କୁ ବିଧାନସଭା ମଡାଇ ଦେବେ ନାହିଁ ବୋଲି କହିଥିଲେ । ତେବେ ବିଜେଡିର ଏହି ଦୁଇଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ନିଜେ ଦାମୋଦର ରାଉତ ଏଥର ବିଧାନସଭା ଆସନ ମାଡି ପାରିଲେ ନାହିଁ ।
ତେବେ ବିଜେଡି ପକ୍ଷରୁ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁତ୍ର ସମ୍ବିତ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କୁ ୨୦ ହଜାର ୮୦୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତେବେ ଏନେଇ ସାଧାରଣରେ ଶୁଣିବାକୁ ମିଳୁଛି ହାତୀ ମଲେ ଲକ୍ଷେ, ଜିଇଁଲେ ବି ଲକ୍ଷେ ବୋଲି ଆଲୋଚନା ଜୋର ଧରିଛି ।