ଭଦ୍ରକ ( ଏଟିଆର ବ୍ୟୁରୋ): ଆଜି ନବୀନ ତାଙ୍କ ପଞ୍ଚମ ପାଳିର ଶପଥ ନେଇଛନ୍ତି । ନବୀନଙ୍କ ପଞ୍ଚମ ପାଳିରେ କିନ୍ତୁ ଏଥର ଭଦ୍ରକରୁ କାହାକୁ ଭରଷା କରି ନାହାନ୍ତି ସୁପ୍ରିମୋ । ଜିଲ୍ଲାର ୫ ଟି ବିଧାନସଭା ଆସନ ମଧ୍ୟରୁ ୪ ଟିରେ ବିଜେଡି ବାଜି ମାରିଥିଲେ ମଧ୍ୟ କାହାକୁ ମନ୍ତ୍ରୀ ପଦ ମଳିନାହିଁ । ଏମିତି କି ବିଜେଡିର ହେବିୱେଟ ନେତା ଭଣ୍ଡାରି ପୋଖରି ବିଧାନସଭା ଆସନରୁ ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଲା ନାହିଁ । ଚଳିତ ଥର ବାସୁଦେବପୁରରୁ ବିଜୟଶ୍ରୀ ରାଉତ ରାୟଙ୍କ ବଦଳରେ ତାଙ୍କ ପୁଅ ଏଠାରେ ନିର୍ବାଚନ ଲଢିଥିଲେ ।
ଯେହେତୁ ବିଜୟଙ୍କ ପୁଅ ନୂଆ ମୁହଁ ରହିଛନ୍ତି ତେଣୁ ତାଙ୍କୁ ମନ୍ତ୍ରୀ ପଦ ନମିଳିବା ମଧ୍ୟ ସ୍ୱାଭାବିକ । ସେହିଭଳି ଦ୍ୱିତୀୟ ଥର ପାଇଁ ଚାନ୍ଦବାଲିରୁ ବିଧାୟକ ହୋଇଥିବା ବ୍ୟମକେଶ ରାୟଙ୍କୁ ମଧ୍ୟ ନବୀନ ଏଥର ଭରଷା କରି ପାରି ନାହାନ୍ତି । ଶୁଣାଯାଉଥିଲା କି ଏଥର ବ୍ୟମକେଶଙ୍କୁ ଭଦ୍ରକରେ ଭରଷା କରି ପାରନ୍ତି ସୁୁପ୍ରିମୋ ମାତ୍ର ତାହା ଆଜି ଦେଖିବାକୁ ମିଳିଲା ନାହିଁ । ଏଠାରେ ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ ବାଜି ମାରି ନେଇଛନ୍ତି ।
ସେହିଭଳି ବାସୁଦେବପୁରୁ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତ ରାୟ ବିଜୟ ହୋଇଛନ୍ତି । ଭଦ୍ରକରୁ ସଞ୍ଜିବ କୁମାର ମଲ୍ଲିକ ଏଠାରେ ବିଜେଡି ପ୍ରାର୍ଥୀ ହୋଇ ବିଜୟ ହୋଇଛନ୍ତି । ତେବେ ଏଥର ଲୋକସଭା ଆସନରେ ଭଦ୍ରକରେ ଭୋଟ ହାର କମି ଥିବାରୁ ନବୀନଙ୍କ ଭରଷା କରିନଥିବା ଆଲୋଚନା ହେଉଛି । ସୂଚନାଯୋଗ୍ୟ ଧାମନଗର ବିଧାନସଭା ଆସନ ଏଥର ବିଜେପି ଖାତାକୁ ଯାଇଛି ।