ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଜେପି ଆଜି ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ଏଇ ନିକଟରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ବିଭୂ ପ୍ରସାଦ ତରାଇଙ୍କୁ ଦଳ ଆଜି ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ସେହିପରି କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ସୁନାକର ବେହେରା ଓ କାକଟପୁର ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି ।
ସୂଚନା ଯୋଗ୍ୟ ଏଇ ନିକଟରେ କଂଗ୍ରେସ ଟିକେଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ହୋଇ ବିଜେପିରେ ଯୋଗଦେଇଥିଲେ ବିଭୁ ତରାଇ । କଂଗ୍ରେସ ପକ୍ଷରୁ ଶ୍ରୀ ତରାଇଙ୍କୁ ତିର୍ତ୍ତୋଲରୁ କଂଗ୍ରେସ ବିଧାୟକ ଟିକେଟ ଦେଇଥିଲା ଯାହାକୁ ନେଇ ସେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡି ବିଜେପିରେି ଯୋଗ ଦେଇଥିଲେ । ସେତେବେଳେ ସେ ଅଭିଯୋଗ କରିଥିଲେ କି କଂଗ୍ରେସ ଓ ବିଜେଡି ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଛି । ଏମିତିକି ସେ ପାରାଦୀପ ପାର୍ଥୀ ବାପି ସର୍ଖେଲଙ୍କୁ ଟାର୍ଗେଟ କରି ଅପରାଧୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ବୋଲି ସେ ଗଣମାଧ୍ୟମକୁ କହିଥିଲେ ।
ଶ୍ରୀ ତରାଇଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରତିମା ମଲ୍ଲିକ ଓ ବିଜେଡିରୁ ପୂର୍ବତନ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଶ୍ରୀ ତରାଇ ପୂର୍ବରୁ ଦା ଧାନ କେଣ୍ଡାରେ ଜଗତସିଂହପୁରର ସାସଂଦ ଥିଲେ ।