ବରଗଡ (ଏଟିଆର ବ୍ୟୁରୋ); ପାଟକୁରାରେ ସରିଲା ନିର୍ବାଚନ । ଏବେ ସମସ୍ତଙ୍କ ନଜର ବିଜେପୁର ଆସନ ଉପରେ । ବିଜେପୁରରେ କେବେ ହେବ ନିର୍ବାଚନ? ତାକୁ ନେଇ ଏବେ ପାନ ଦୋକାନରୁ ଅଫିସ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ବିଜେପୁରରେ ଯଥାଶିଘ୍ର ଭୋଟ ହେବ ବୋଲି ଶୁଣିବାକୁ ମିଳିଛି । ତାରିଖ ଘୋଷଣା ହେବା ପରେ ସବୁ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ । ଏଠାରେ ପ୍ରାର୍ଥୀ ହେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳରେ ମାଳ ମାଳ ନେତା ଅଛନ୍ତି । ତେବେ କାହା ଉପରେ କିଏ ଭରଷା କରି ଟିକେଟ ଦେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।
ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରିବ ତାଉପରେ ସମସ୍ତଙ୍କ ନଜର । କାରଣ ଏହି ଆସନରେ ଶେଷ ଥର ଲାଗି ବିଜେଡି ହାତରେ ଥିଲା । ତେବେ ଏଠାରେ ଟିକେଟ ରେସରେ ଆଗରେ ରହିଛନ୍ତି ରିତା ସାହୁ । ଉପନିର୍ବାଚନରେ ଏଠାରେ ରିତା ସାହୁ ବିଜୟ ହୋଇଥିଲେ । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଠିକେଟ ଦେଇନଥିଲା । ନିଜେ ବିଜେଡି ସୁପ୍ରିମୋ ପ୍ରାର୍ଥୀ ହୋଇଥିଲେ । ନବୀନ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ । ଏହାପରେ ଏଠାରେ ପ୍ରାର୍ଥୀ ହେବା ପାଇଁ ଗଣ୍ଡା ଗଣ୍ଡା ଆଶାୟୀ ରହିଛନ୍ତି ।
ରୀତାଙ୍କ ପରେ ପ୍ରଶନ୍ନ ଆଚାର୍ଯ୍ୟ ମଧ୍ୟ ଟିକେଟ ରେସରେ ରହିଛନ୍ତି । ପଶ୍ଚିମ ଓଡିଶାରେ ଜଣେ ଟାଣୁଆଁ ନେତା ହୋଇଥିବାରୁ ତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ସରକାରୀ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିବା ନଳିନୀ ପ୍ରଧାନ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏମାନଙ୍କ ବ୍ୟତିତ ଲୋକସଭା ଟିକଟ୍ରୁ ବାଦ୍ ପଡ଼ିଥିବା ଡ. ପ୍ରଭାସ ସିଂହ, ବିଜେପି ଛାଡ଼ି ବିଜେଡିରେ ମିଶିଥିବା ସୁବାସ ଚୌହାନ, ପ୍ରଭାତାଦିତ୍ୟ ମିଶ୍ର ପ୍ରମୁଖ ମଧ୍ୟ ଟିକଟ୍ ଦୌଡ଼ରେ ଅଛନ୍ତି।ତେବେ ବିଜେଡିର ଏହି ଟିକେଟ କଳି ଭିତରେ ବିରୋଧୀମାନେ ଏହା ଫାଇଦା ଉଠାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସର ରିପୁନାଥ ସେଠ ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ବିଜେପିର ଏଠାରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି ।
ବିଜେପିର ମଧ୍ୟ ଏଠାରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ବିଜେପିର ବରିଷ୍ଟ ନେତା ପ୍ରଦୀପ ପୁରୋହିତ ମଧ୍ୟ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ପାଟକୁରାରେ ବିଜେପି ହାରିବା ପରେ ବିଜେପୁରକୁ ଗୁରୁତ୍ୱର ସହିତ ନେବ ବୋଲି ଚର୍ଚ୍ଚା ହେଉଛି । ପାଟକୁରାରେ ରୀତା ସାହୁ ପୁଣିଥରେ ପ୍ରାର୍ଥୀ ହେଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏକଦା ଏହି ଆସନ ଦିନେ କଂଗ୍ରେସ କବଜାରେ ଥିଲା । ଏଣୁ କଂଗ୍ରେସ ପୁଣିଥରେ ଶାସନକୁ ଫେରିବ ବୋଲି ଦଳ ଆଶା ରଖିଛି ।