ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସରିଯାଇଛି ପାଟକୁରା ନିର୍ବାଚନ । ବିଜେପିର ବରିଷ୍ଟ ନେତା ବିଜୟ ମହାପାତ୍ର ହାରିଯାଇଛନ୍ତି । ତେବେ ସାଧାରଣ ନିର୍ବାଚନ ସମୟରେ ଯଦି ନିର୍ବାଚନ ହୋଇଥାଆନ୍ତା ତେବେ ଅଲଗା କଥା । କିନ୍ତୁ ଜାଣିଶୁଣି ଏହାକୁ ଘଞ୍ଚାଇବା ସହିତ ତାଙ୍କୁ ହରାଯାଇଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଜାଣିଶୁଣି ନିର୍ବାଚନକୁ ଘୁଞ୍ଚାଇଥିଲେ । ଏବଂ ତାଙ୍କୁ ହରାଇବା ପାଇଁ ପ୍ରୋଜେକ୍ଟ କରିଥିଲେ । ଯାହାକୁ ବିଜୟ କହିଛନ୍ତି କି କିଲ ବିଜୟ ପ୍ରୋଜେକ୍ଟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରୋଜେକ୍ଟଟି ଶେଷରେ ସଫଳ ହୋଇଛି । ଏଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରୁଛି ।
ବିଜୟ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି କି ସେ ପୂର୍ବରୁ କେବେ ଏଭଳି ନିର୍ବାଚନ ଦେଖିନଥିଲେ । କି ଆଗକୁ ମଧ୍ୟ ଦେଖିବେ ନାହିଁ । କାରଣ ଗୋଟିଏ ଉପନିର୍ବାଚନରେ ଏଭଳି ଅନିୟମିତତା କେବେ ହୋଇନାହିଁ । ବିଜେଡି କର୍ମୀମାନେ ଆଇନ ଶୃଙ୍ଖଳାକୁ ଭଙ୍ଗ କରିଥିବା ମଧ୍ୟ ସେ କହିଛନ୍ତି । ତେବେ ସମସ୍ତଙ୍କ ଜୀବନରେ ପୂର୍ଣ୍ଣଛେଦ ପଡିଥାଏ । କିନ୍ତୁ ଏବେ ତାଙ୍କ ରାଜନୈତିକ କ୍ୟାରିୟରରେ ପୂଣ୍ଣଛେଦ ପଡିନାହିଁ ।
ନବୀନଙ୍କର ମଧ୍ୟ ଦିନେ ପୂର୍ଣ୍ଣଛେଦର ଦିନ ଆସିବ । ଯାହାକୁ ମୁଁ ଦେଖିବି । କିନ୍ତୁ ମୋ ପୂର୍ଣ୍ଣଛେଦ ସେ ଦେଖିପାରିବେ ନାହିଁ । ରାଜନୀତିରେ କେହି ଅଜୟ ଏବଂ ଅମର ହୋଇ ରହିପାରିବେ ନାହିଁ । ଏପରିକି ସେ ଘେରାବନ୍ଦୀ କରି ରଖିଥିବା ନବୀନଙ୍କ ସେନାବାହିନୀ ସହ କଥା ହୋଇଥିବା କହିଛନ୍ତି । ସେମାନେ ମଧ୍ୟ ଅନ୍ତରରୁ ସମର୍ଥନ ଜଣାଇଛନ୍ତି । ସେମାନେ ଜାଣି ନାହାନ୍ତି ତାଙ୍କର ଭବିଷ୍ୟତ କଣ ହେବ । ଏହି ସେନାବାହିନୀର ମୁଖ୍ୟ ଅଣ ଓଡିଆ ବ୍ୟୁରୋକ୍ରାଟ୍ସ ଓ ଦଳ ସେମାନଙ୍କର ନିୟନ୍ତ୍ରଣରେ ରହିଛି ବୋଲି ବିଜୟ କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନ ସମୟରେ ପାଟକୁରାରେ ନିର୍ବାଚନ ହୋଇନଥିଲା । ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ହେବା ପରେ ଏଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ବିଜେଡି ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା । ତେବେ ରାଜ୍ୟରେ ପ୍ରଳୟଙ୍କାରୀ ବାତ୍ୟା ଫନି ପାଇଁ ନିର୍ବାଚନକୁ ପୁଣିଥରେ ଘୁଞ୍ଚାଯାଇଥିଲା । ଚଳିତ ମାସ ୨୦ ତାରିଖରେ ନିର୍ବାଚନ ହୋଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୯ଜଣ ପ୍ରାର୍ଥୀଙ୍କୁ ଅମାନତ ହରାଇଥିଲେ ।
ଏହି ବିଜୟ ବିଜେଡି ଏବଂ ବିଜେପିର ସମ୍ମାନର ପ୍ରଶ୍ନ ବୋଲି ପ୍ରଥମରୁ ଚର୍ଚ୍ଚା ହେଉଥିଲା । ତେବେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଦିନଠାରୁ ପାଟକୁରା ରାଜନୀତି ଉପରେ ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଥିଲା । ବିଜୟଙ୍କୁ ହରାଇବା ପାଇଁ ଡିଲ ହୋଇଥିଲା ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା ।