ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ଗତି କେଉଁଆଡେ ହେବ ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାରୁ କାହା ମୋଡ କେତେବେଳେ କେଉଁଆଡେ ହେଉଛି ତାହା ବୁଝିବା କାଠିକର ପାଠ ସଦୃଶ । ତେବେ ବିଜୟ ମହାପାତ୍ର ମୋଡ କେଉଁଆଡେ? ବିଜେପି ନାଁ ବିଜେଡି । ଏଭଳି ଅନେକ ପଶ୍ନବାଚୀ ସୃଷ୍ଟି ହୋଇଛି ଜନତାଙ୍କ ମନରେ । ଦିଲୀପ ରାୟଙ୍କ ସହିତ ବିଜେପିକୁ ବାଏ ବାଏ କହିବା ପରେ ଉଭୟ ଶଙ୍ଖ ଫୁଙ୍କିବେ ବୋଲି ଶୁଣିବାକୁ ମିଳିଥିଲା । ତେବେ ଦିଲୀପଙ୍କୁ ଗ୍ରୀନସିଗନାଲ ମିଳିଥିଲେ ସୁଦ୍ଧା ବିଜୟଙ୍କୁ ଦଳରେ ସାମିଲ କରିବା ପାଇଁ ଅମଙ୍ଗ ହେଉଛନ୍ତି ବିଜେଡିର କିଛି ନେତା ।
ଅପରପକ୍ଷରେ ବିଜେପିରେ ଆଜି ପର୍ଯ୍ୟନ୍ତ ରହିଛନ୍ତି ବୋଲି ବିଜେପି ଓଡିଶା ପ୍ରଭାରୀ ସୂଚନା ଦେଇଥିଲେ । ଏଣୁ ବିଜୟ ପୁଣିଥରେ ବିଜେପି ମୁହାଁ ହେବେ ବୋଲି ଶୁଣିବାକୁ ମିଳିଛି । ଦିଲୀପଙ୍କ ଲାଙ୍ଗୁଡ ଧରି ବିଜେପିରୁ ବାହାରିଥିଲେ ସୁଦ୍ଧା ଦିଲୀପ ନିଜ ସୁବିଧାରେ ବିଜେଡିରେ ମିଶିବେ ବୋଲି ଶୁଣିବାକୁ ମିଳିଛି । ଯାହାକି ବିଜୟଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ଦୁଆର ବିଜେୟଙ୍କ ପାଇଁ ସବୁବେଳେ ଖୋଲା ରହିବା ଦଳ ପକ୍ଷରୁ ଗ୍ରୀନ ସିଗନାଲ ଦିଆଯାଇଛି । ଏଣୁ ସେ ପୁଣିଥରେ ବିଜେପିରେ ମିଶିବେ କି ଦିଲୀପଙ୍କୁ ବୁଝାଶୁଝା କରି ତାଙ୍କ ଲାଙ୍ଗୁଡ ଧରି ବିଜେଡି ଶିବିରରେ ପଶିବେ ତାକୁ ନେଇ ଦୋଛକିରେ ବିଜୟ ମହାପାତ୍ର ରହିଛନ୍ତି ବୋଲି ସୁଠି ହେଉଛି ଚର୍ଚ୍ଚା । ତେବେ ସେ କେଉଁ ଦଳକୁ ଯାଉଛନ୍ତି ତାଉପରେ ସମସ୍ତଙ୍କ ନଜର ।
ଜନତା ଦଳରେ ବିଜୁବାବୁଙ୍କ ସହ ଜଣେ ସକ୍ରୀୟ କର୍ମୀ ଭାବରେ ବିଜୟ କାମ କରିଆସିଛନ୍ତି । ବିଜେଡି ଗଠନ ହେବା ବେଳେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତେବେ ପରବର୍ତ୍ତୀ ସମୟରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଦଳରୁ ତଡା ଖାଇବାକୁ ପଡିଥିଲା । ପୂର୍ବରୁ ବିଜେଡିରୁ ତଡା ଖାଇଥିବା ପ୍ରଫୁଲ୍ଲ ଘଡାଇ ବିଜେଡି ଘର ବାହୁଡା ହେବା ପରେ ବିଜୟ ମଧ୍ୟ ଆଶା ରଖିଛନ୍ତି କି ନବୀନ ତାଙ୍କୁ ଗ୍ରୀନ ସିଗନାଲ ଦେବେ । ଅପରପକ୍ଷରେ ବିଜେପି ପୁଣିଥରେ ପାଛୋଟି ନେବା ପାଇଁ ଚାହିଁ ବସିଛି । ଏଣୁ ବିଜୟ କଣ କରିବେ? ଦୋଛକିରେ ରହି ଭାବୁଛନ୍ତି ବିଜୟ । ଏଭଳି ଚର୍ଚ୍ଚା ଏବେ ସବୁଠି ଆରମ୍ଭ ହୋଇଛି ।