ଭଞ୍ଜନଗର ( ଏଟିଆର ବ୍ୟୁରୋ): ୧୯୯୫ ମସିହାଠାରୁ ଲଗାତର ଭାବେ ୨୦୧୪ ପର୍ଯ୍ୟନ୍ତ ଭଞ୍ଜନଗର ବିଧାନସଭା ଆସନ ଜିତି ଆସୁଥିବା ବିକ୍ରମ କେଶରୀ ଆରୁଖଙ୍କ ହାତକୁ ଏଥର ପୁଣିଗଲା ଭଞ୍ଜନଗର । ବିକ୍ରମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କୁ ୮୩୪୭ ଖଣ୍ଡ ଭୋଟର ବ୍ୟବଧାନରେ ପରାସ୍ତ କରି ଲଗାଥର ଷଷ୍ଠ ଥର ପାଇଁ ଭଞ୍ଜନଗରର ଭାର ସମ୍ଭାଳିବେ ।
ବିକ୍ରମ ୨୦୧୪ ମସିହାରେ କଂଗ୍ରେସ ପ୍ରାର୍ଥୀ ବିନାୟକ ତ୍ରୀପାଠୀଙ୍କୁ ପରାସ୍ତ କରି ଗଡ ରକ୍ଷା କରିଥିଲେ । ଆଜି ମଧ୍ୟ ଠିକ ସେମିତି ହୋଇଛି । ଷଷ୍ଠଥର ପାଇଁ ଭଞ୍ଜନଗର ବାସୀ ବିକ୍ରମଙ୍କୁ ଭରଷା କରିଛନ୍ତି । ଆଜିର ଭୋଟ ଗଣତି ବେଳେ ବିକ୍ରମ ଓ ପ୍ରଦ୍ୟୁମ୍ନଙ୍କ ମଧ୍ୟରେ ଘମାଘୋଟ ଲଡେଇ ଦେଖିବାକୁ ମିଳିଥିଲା ।
ବିଭିନ୍ନ ରାଉଣ୍ଡରେ କେତେବେଳେ ବିକ୍ରମ ଆଗରେ ରହୁଥିଲେ ତ ପୁଣି କେତେବେଳେ ପ୍ରଦ୍ୟୁମ୍ନ ଆଗରେ ରହୁଥିଲେ । ଫଳାଫଳ ଆସିବା ଶେଷ ପର୍ଯ୍ୟନ୍ତ ମଧ୍ୟ କିଏ ବିଜୟ ହେବ ତାହା ରହିଥିଲା ଅନ୍ଧାରରେ । ଶେଷରେ ବିଜେଡି ପ୍ରାର୍ଥୀ ବିକ୍ରମ ବାଜି ମାରି ନେଇଥିଲେ ।