ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଅନାସ୍ଥା ପ୍ରସ୍ତାବରେ ଭାଗ ନେଲାନି ବିଜେଡି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ବିଜେଡି କାହା ସପକ୍ଷରେ ଭୋଟ ଦେବ ସେନେଇ କାଲିଠୁ ରାଜନୈତିକ ମହଲରେ ଚାଲିଥିଲା ଚର୍ଚ୍ଚା । ତେବେ ଆଜି ଅନାସ୍ଥା ପ୍ରସ୍ତାବ ଭୋଟିଂ ପୂର୍ବରୁ ବିଜେଡି କକ୍ଷ ତ୍ୟାଗ କରିଛି । ତେବେ ବିଜେଡି କକ୍ଷତ୍ୟାଗ କରିବା ପ୍ରକୃତ କାରଣ ଜଣାପଡି ନାହିଁ । ତେବେ ୟୁପିଏ ସରକାର ୧୦ ବର୍ଷ ଓ ବିଜେପି ୪ ବର୍ଷ କେନ୍ଦ୍ରରେ ରହି ଓଡିଶାକୁ ଅବହେଳା କରାଯାଇଛି ବୋଲି ସାଂସଦ ଭର୍ତ୍ତୁହର ମହତାବ କହିଛନ୍ତି ।
ବିଜେଡିର ଏଭଳି ନିଷ୍ପତିକୁ ନେଇ ରାଜନୈତିକ ମହଲରେ ପୁଣିଥିରେ ଚର୍ଚ୍ଚା ଜୋର ଧରିଛି । ହେଲେ ବିଜେଡି ଏହା ସ୍ପଷ୍ଟ କରିଦେଇଛି କି, ଅନାସ୍ଥା ଭୋଟିଂରେ ବିଜେଡି ଭାଗ ନେବନି । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏନଡିଏର ସହଯୋଗ ଥିଲେ ମଧ୍ୟ ଅନାସ୍ଥା ଭୋଟିଂରେ ଭାଗ ନେବେନି ବୋଲି ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ଦଳ ଭାଗ ନନେବା ବିଜେପିକୁ ଅଡୁଆରେ ପକାଇବା ସମ୍ଭାବନା ବଢିଚାଲିଛି ।