ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଦେଇଛନ୍ତି । ତେବେ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ସୁଦ୍ଧା ବିଜେଡିରେ ରହିଛନ୍ତି ବୋଲି କହିଛନ୍ତି । ବସ୍ତାରେ ସେ ଅପ୍ରତିଦ୍ୱନ୍ଦୀ ନେତା ଭାବରେ ଜିତି ଆସୁଥିଲେ । ୫ଥର ବିଧାୟକ ହୋଇଛନ୍ତି ରଘୁନାଥ ମହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । କିନ୍ତୁ ୨୦୦୪ ନିର୍ବାଚନରେ ତାଙ୍କୁ ଟିକେଟ ଦେଇନଥିଲା ଦଳ । ମନ୍ତ୍ରୀ ଥିବା ସମୟରେ ତାଙ୍କର ବୋହୁ କେସ ଫସିଥିଲେ ରଘୁନାଥ । ଏଣୁ ତାଙ୍କର ଟିକେଟ କଟିଥିଲା ।
ଏବେ ସରକାରଙ୍କ ବଡ ପଦବୀରୁ ଇସ୍ତଫା ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ପଦବୀ ଛାଡି ସେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । କାରଣ ଚଳିତ ନିର୍ବାଚନରେ ନବୀନ ବହୁ ବରିଷ୍ଟ ନେତାଙ୍କୁ ଟିକେଟ ଦେଇଛନ୍ତି । ଏଣୁ ରଘୁନାଥ ମଧ୍ୟ ଟିକେଟ ପାଇବେ ଶୁଣିବାକୁ ମିଳିଛି । ତେବେ ସେ କେଉଁ ଆସନରେ ଟିକେଟ ପାଇବେ ତାହା ସ୍ପଷ୍ଟ ହୋଇନାହିଁ । ବିଜେଡି ଆହୁରି ୨୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା ପାଇଁ ବାକି ରହିଛି । ଏଣୁ ଏହି ଆସନ ମଧ୍ୟରୁ ରଘୁନାଥଙ୍କ ଭାଗ ପଡିବ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ସବୁ କିଛି ନିର୍ଭର ।