ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ବହୁମତ ପାଇ ପୁଣିଥରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେଡି । କିନ୍ତୁ ସୁନ୍ଦରଗଡ ଲୋକସଭା ଆସନରେ ବିଫଳ ହୋଇଛି । ଆଜି ପର୍ଯ୍ୟନ୍ତ ଏହି ଆସନରେ କେବେ ବି ଜିତିନାହିଁ ବିଜେଡି । ପ୍ରଥମେ କଂଗ୍ରେସ ଅକ୍ତିଆରରେ ଥିବା ଏହି ଆସନ ଏବେ ଦୁଇଟି ନିର୍ବାଚନରେ ବିଜେପି ସପକ୍ଷରେ ଯାଉଛି । ଏହି ଲୋକସଭା ଅଧିନରେ ଥିବା ୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡି ମାତ୍ର ୨ଟି ଆସନରେ ଜିତିଥିବା ବେଳେ ୫ଟି ଆସନ ଯାଇଛି ବିଜେପି ଖାତାକୁ ।
ସୁନ୍ଦରଗଡ ଲୋକସଭା ଆସନରେ ପୁଣିଥରେ ବିଜୟ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଜେଡି ଏଠାରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବଡ ଝିଅ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସ ଛାଡି ବିଜେଡି ଟିକେଟରେ ଲଢ଼ିଥିବା ସୁନୀତା ଶେଷରେ ୨ଲକ୍ଷରୁ ଅଧିକ ଭୋଟରେ ହାରିଥିଲେ । ରାଜ୍ୟରେ ନବୀନ ମ୍ୟାଜିକ କାମ କରୁଥିବା ବେଳେ ଏଠାରେ ଫେଲ ମାରିଥିଲା ବିଜେଡି ।
ସୁନ୍ଦରଗଡ ଲୋକସଭା ଅଧିନରେ ଯାଉଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ କୁସୁମ ଟେଟେ, ତଳସରାରୁ ଭବାନୀ ଶଙ୍କର ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ ବିଜୟୀ ହୋଇଛନ୍ତି। ରାଜଗାଙ୍ଗପୁର ଆସନରେ କଂଗ୍ରେସର ଡ. ସିଏସ୍ ରାଜନ ଏକ୍କା ଓ ବଣାଇଁରେ ସିପିଏମ୍ର ଲକ୍ଷ୍ମଣ ମୁଣ୍ଡା ସଫଳ ହୋଇଛନ୍ତି। ବିଜୁ ଜନତା ଦଳ ଟିକେଟ୍ରେ ରାଉକେଲାରୁ ସାରଦା ନାୟକ ଓ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରୁ ସୁବ୍ରତ ତରାଇ ଏଥର ନିର୍ବାଚିତ ହୋଇଛନ୍ତି।