ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାର ବିଜେଡି ଘୋଷଣା କରିପାରେ ବାକି ଦୁଇ ଆସନ ପାଇଁ ପ୍ରାର୍ଥୀ । ୧୪୭ ବିଧାନସଭା ଆସନରୁ ବିଜେଡି ଏବେ ସୁଦ୍ଧା ୧୪୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି । ପ୍ରଥମ ଦଳ ଭାବରେ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । କେନ୍ଦ୍ରାପଡା ଏବଂ ବାରିପଦା ଆସନକୁ ଛାଡିଦେଲେ ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି ଦଳ । ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଥିଲେ ମଧ୍ୟ ଦଳ ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ନମା ଘୋଷଣା କରିବ ବୋଲି ଶୁଣିବାକୁ ମିଳୁଛି ।
କେନ୍ଦ୍ରାପଡା ଏବଂ ବାରିପଦା ଆସନ ପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଥିବାରୁ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦୁଇ ଆସନରେ ବିଧାୟକ ଥିବା କିଶୋର ତରାଇ ଏବଂ ସାନନ୍ଦା ମାରାଣ୍ଡିଙ୍କ ଟିକେଟ କଟିବ ବୋଲି ଶୁଣିବାକୁ ମିଳୁଛି । ଏଣୁ ଏହି ଦସ୍ୱବ ଆସନରେ ପ୍ରାର୍ଥୀ ଘୋଷଣା କରିବା ପାଇଁ ବିଳମ୍ବ ହୋଇଛି । ଅପରପକ୍ଷରେ କେନ୍ଦ୍ରାପଡାର ହେବିୱେଟ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଏଠାରେ ରାଜନୈତିକ ପାଣିପାଗ ବଦଳି ଯାଇଛି । ଏଣୁ ବିଜେଡି ଭାବିଚିନ୍ତି ପ୍ରାର୍ଥୀ ଘୋଷଣା କରିବା ପାଇଁ ବିଳମ୍ବ କରୁଛି ।
କେନ୍ଦ୍ରାପଡାରେ ବିଜେଡି ଟିକେଟ ଆଶାରେ ରହିଛନ୍ତି ବହୁ ଆଶାୟୀ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ୍, ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜେଶ ଦାସ, ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ, ଅକ୍ଷୟ ତରାଇ, ମାନସ ମଲିକ୍ ଓ ଆହୁରି ଅନେକ। ତେବେ ଏହି ଆଶାୟୀମାନଙ୍କୁ ଯଦି ଟିକେଟ ନମିଳେ ସେମାନେ ଅଲଗା ଦଳରେ ଯୋଗ ଦେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ବାରିପଦା ବିଧାୟକ ସାନନ୍ଦ ମାରାଣ୍ଡିଙ୍କୁ ଯଦି ଟିକେଟ ନମିଳେ ତେବେ ଅଡୁଆରେ ପଡିପାରେ ବିଜେଡି । କାରଣ ନିର୍ବାଚନ ମଣ୍ଡଳୀରେ ଜାତିଭିତିକ ଭୋଟବ୍ୟାଙ୍କ ରହିଛି ସାନନ୍ଦଙ୍କର । ଯାହାକି ବିଜେଡି ଭୋଟକୁ ମାଇସନ କରିବ । ତେବେ ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ରହିଛି ସମସ୍ତଙ୍କ ନଜର ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024
-
ରାଜ୍ୟକୁ ହିଟୱେଭ ୱାର୍ଣ୍ଣିଂ, ଆକାଶରୁ ବର୍ଷୁଛି ନିଆଁ | 17 Apr 2024
-
ପବିତ୍ର ରାମନବମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି | 17 Apr 2024
-
ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ,ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର | 16 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା | 16 Apr 2024
-
ଉପରମୁହାଁ ପାରଦ, କଲବଲ ରାଜ୍ୟବାସୀ | 16 Apr 2024