ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ । ଆଶା କରିଥିବା ନେତାଙ୍କୁ ଟିକେଟ ଦେଇନଥିବା ବେଳେ ବିଜେଡି ଅଲଗା ନେତାଙ୍କୁ ଟିକେଟ ଦେଇଛି ଦଳ । ଯାହାକି ଦଳର ବହୁ ପୁରୁଖା ନେତାଙ୍କୁ କଷ୍ଟ ଦେଇଛି । ବର୍ଷ ବର୍ଷ ଧରି ଦଳରେ ମନପ୍ରାଣ ଦେଇ ସଂଗଠନ ଗଢ଼ିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଦିନେ ମୁହଁ ଦେଖାଇନଥିବା ନେତାଙ୍କୁ ଟିକେଟ ଦେଇଛି ଦଳ । ଯେଉଁଥିପାଇଁ ବହୁ ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଏବଂ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି ।
ପୂର୍ବରୁ ବିଜେଡିରୁ ତଡା ଖାଇଥିବା ନେତା ବିଜେପିରେ ଯୋଗ ଦେଇଛନ୍ତି । ଦାମ,ବୈଜୟନ୍ତ ଏବଂ ବାବୁ ସିଂହଙ୍କ ଭଳି ନେତା ବିଜେପିରେ ଯୋଗ ଦେଇଛନ୍ତି । ତେବେ କଂଗ୍ରେସ ଅପେକ୍ଷା ବିଜେପିକୁ ଭରଷା କରି ବିଜେଡିର ଅସନ୍ତୁଷ୍ଟ ନେତାମାନେ ପଦ୍ମପୋଖରୀରେ ବୁଡ ପକାଇବେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡି ଫୋପାଡୁଥିବା ନେତାଙ୍କୁ ବିଜେପି ଗୋଟଉଥିବାରୁ ଏବେ ପ୍ରଥମ ପଯ୍ୟାୟ ଏବଂ ଦିତୀୟ ପର୍ଯ୍ୟାୟ ପାଇଁ ଆଶାୟୀଙ୍କ ଟିକେଟ କଟିବା ପରେ ସେମାନେ ଦଳ ଛାଡି ବିଜେପି ଶିବିରରେ ଗେରୁଆ ଦଳରେ ମିଶିବେ । ତେବେ କିଏ ଏବଂ କେତେବେଳେ ଯାଇ ବିଜେପିରେ ମିଶିବେ ତା ଉପରେ ସମସ୍ତଙ୍କ ନଜର । ବରିଷ୍ଟ ଏବଂ ଅଭିଜ୍ଞ ବିଜେଡି ନେତା ଦଳରେ ଯୋଗ ଦେଲେ ବିଜେପି ସୁଦୃଢ଼ ହେବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।