ଜଗତସିଂହପୁର (ଏଟିଆର ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଚରଣ ଦାସ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଦୀର୍ଘ ଦିନର ଅସୁସ୍ଥତା ପରେ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ବିଷ୍ଣୁ ଦାସ ୫ ଥର ଜଗତସିଂହପୁର ଏବଂ ଥରେ ତିର୍ତ୍ତୋଲ ନିର୍ବାଚନୀ ମଣ୍ଡଳୀରୁ ବିଧାୟକ ହୋଇଥିଲେ ।