ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସହୀଦ ମନୋଜଙ୍କ ଦାଦାଙ୍କୁ ତଣ୍ଟିଆ ମାରି ଚର୍ଚ୍ଚାରେ ରହିଥିଲେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତ ରାୟ । ଯାହାକୁ ନେଇ ରାଜ୍ୟ ରାଜନୀତି ଏବଂ ସାଧାରଣରେ ଦେବାଶିଷଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସେ ନିସର୍ତ୍ତ ଭାବରେ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଦିଗରୁ ନିନ୍ଦା ଶୁଣିବାକୁ ପଡିଛି । ସୋସିଆଲ ମିଡିଆରେ ଯେଭଳି ଗାଳି ହେଉଛି ତାହା କାନରେ ଶୁଣି ହେବନି । ତେବେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ଦେବାଶିଷ ସାମନ୍ତ ରାୟ । ସହୀଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିଥିବା ଘଟଣା ଏବେ ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ କରାଯାଇଛି । ଚ୍ୟାନେଲ ଏହି ଘଟଣାକୁ ନିଜ ଢ଼ଙ୍ଗରେ ପ୍ରସାରଣ କରିଛି । କିନ୍ତୁ ଓଡିଆ ନେତାଙ୍କୁ ନେଇ ପାକିସ୍ତାନରେ ଚର୍ଚ୍ଚା । ତେବେ ସେ ଯାହାବି ହେଉ କିଏ ମନ୍ଦିର ତୋଳି ନାଁ କରେ ତ ଆଉ କିଏ ରାସ୍ତା କଡରେ…
ଦେବାଶିଷ ସାମନ୍ତରାୟଙ୍କ ଏଭଳି ବ୍ୟବହାର ପାଇଁ ବିରୋଧୀ ଦଳନେତା ମାନେ ବହୁତ କଡା ଭାଷାରେ ସମାଲୋଚନା କରିଥିଲେ । ମାତ୍ର ସେ ସଫେଇ ଦେଇ କହିଥିଲେ କି ତଣ୍ଟିଆ ମାରିଥିବା ବ୍ୟକ୍ତି ଜଣକ ସହୀଦଙ୍କ ଦାଦା ବୋଲି ତାଙ୍କୁ ଜଣାନଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକକୁ ଏପରି ମାଡ ମାରିଥିଲେ କିଛି ଫରକ ପଡିନଥାନ୍ତା । ଏହି ଘଟଣାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ନିଜ ମତ ରଖି କହିଥିଲେ କି ଦେବାଶିଷ ଜଣେ ଗୁଣ୍ଡା ପ୍ରବୃତିର ଲୋକ ବୋଲି ଜନସାଧାରଣ ଜାଣିଥିଲେ ମାତ୍ର ଏଭଳି ଘଟଣା ଅତି ନିନ୍ଦନୀୟ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଡା ସମାଲୋଚନା କରାଯାଇଥିଲା । ପୁଲୱାମା ଆତଙ୍କବାଦୀ ହମଲାରେ ଦେଶ ବାସୀ କାନ୍ଦୁଥିବା ବେଳେ ମୁୁଖ୍ୟମନ୍ତ୍ରୀ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରି ନାଚ ଗୀତରେ ମସଗୁଲ ଥିଲେ ଏଣୁ ନବୀନ ଜଣେ ଦେଶଦ୍ରୋହୀ । ଏଭଳି କଡା ସମାଲୋଚନା କରିଥିଲେ ।
ଦେବାଶିଷଙ୍କର ଏଭଳି ନିନ୍ଦନୀୟ ବ୍ୟବହାର ପାଇଁ ଆଞ୍ଚଳିକ ଏବଂ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ମାତ୍ର ପାକିସ୍ତାନରେ ଖବର ପ୍ରସାରଣ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଦେବାଶିଷ ସାମନ୍ତ ରାୟ । ତେବେ ପ୍ରଥମ ଓଡିଆ ବିଧାୟକଙ୍କ ଘଟଣା ପାକିସ୍ତାନ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି । ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଆଚରଣ ଆଗାମୀ ଦିନରେ ଦଳକୁ ଅଡୁଆରେ ପକାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।