ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ତାରିଖ ଗୋଷଣା ହେବା ପରଠାରୁ ନବୀନ ନିବାସରେ ରଥଯାତ୍ରା ଭଳି ଭିଡ ଲାଗି ରହିଛି । ଟିକେଟ ଆଶାରେ ଲମ୍ବା ଲାଇନ ଲାଗୁଛି ନୀବନ ନିବାସରେ । ତେବେ କିଛିଟା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଏବେ ମଧ୍ୟ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବା ପାଇଁ ନବୀନ ନିବାସରେ ଡେରା ପକାଉଛନ୍ତି । ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ମଧ୍ୟ ନେତାମାନେ ଶୁଭେଛା ଜଣାଇବା ପାଇଁ ନବୀନ ନିବାସରେ ପହଁଞ୍ଚି ଯାଉଛନ୍ତି ।
ରାଜ୍ୟରେ ବିଜେଡି ଦୀର୍ଘ ୪ବର୍ଷ ଶାସନରେ ରହି ଆସିଛି । ଏବେ ମଧ୍ୟ ନବୀନଙ୍କ କ୍ରେଜ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ବିଜେଡି ଟିକେଟ ମିଳିବା ମାନେ ବିଜୟ ସୁନିଶ୍ଚିନ୍ତ ବୋଲି କେତେକ ନେତା ଧରି ନେଇଛନ୍ତି । ଏଣୁ ନବୀନ ନିବାସରେ ଡେରା ପକାଇ ହାଇକମାଣ୍ଡଙ୍କ ମନ କିଣିବା ପାଇଁ ଲମ୍ବା ଲାଇନରେ ଛିଡା ହେଉଥିବା ଦେଖିବାକୁ ମିଳୁଛି । ବୁଧବାର ବିଜେଡି ସୁପ୍ରିମୋ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ୯ ଲୋକସଭା ଏବଂ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରାର୍ଥୀମାନେ ନୀବନ ନିବାସରେ ପହଁଞ୍ଚି ଯାଇଛନ୍ତି ।
ଗୁରୁବାର ନବୀନ ନିବାସରେ ଦେଖିବାକୁ ମିଳିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ସେହିପରି ଘଷିପୁରା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବଦ୍ରି ନାରାୟଣ ପାତ୍ର, ଏହାଛଡ଼ା ମହାକାଳପଡ଼ା ପାଇଁ ଟିକେଟ ପାଇଥିବା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ନବୀନଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି ।