ଜଗତସିଂହପୁର (ଏଟିଆର ବ୍ୟୁରୋ); ରବିବାର ବିଜେଡି ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବହୁ ଆଶାୟୀ ପ୍ରାର୍ଥୀ ଟିକେଟ ଆଶାରେ ରହିଥିଲେ କିନ୍ତୁ ସେମାନଙ୍କ ଆଶା ମଉଳି ଯିବା ପରେ ଦେଖା ଦେଇଛି ଅସନ୍ତୋଷ । ତେବେ ଜଗତସିଂହପୁରରେ ଗତକାଲି ରାତି ତମାମ ହୋହାଲ୍ଲା ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରେ ଅସନ୍ତୋଷ ତିବ୍ର ହେବାରେ ଲାଗିଛି । ଜଗତସିଂହପୁର ଆସନରୁ ପ୍ରସାନ୍ତ ମୁଦୁଲିଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଦଳୀୟ କର୍ମୀମାନେ ଆଜି ରାସ୍ତା ଅବରୋଧ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହିତ ଥାନା ଛକ ଏବଂ ନାଉଗାଁ ରାସ୍ତା ଅବରୋଧ କରିଛନ୍ତି ଦଳୀୟ କର୍ମୀ ।
ଜଗତସିଂହପୁର ଛାଡି ତ୍ରିତ୍ତୋଳ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ଆଶା ରଖିଥିବା ବିଷ୍ଣୁଙ୍କ ପରେ ଏହି ଆସନରେ ଅମରେନ୍ଦ୍ରଙ୍କୁ ଟିକେଟ ମିଳିବ ବୋଲି ସମସ୍ତେ ଅନୁମାନ କରୁଥିଲେ । କିନ୍ତୁ ବିଜେଡି ଏରସମା ବିଧାୟକ ପ୍ରସାନ୍ତୁ ମୁଦୁଲିଙ୍କୁ ପ୍ରାର୍ଥୀ କରିବା ପରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଗତକାଲି ଠାରୁ ଆରମ୍ଭ କରି ଦେଇଛନ୍ତି ତୁମ୍ବିତୋଫାନ । ତେବେ ଆଜି ଅମରେନ୍ଦ୍ର ଗଣମାଧ୍ୟମୁ ସୂଚନା ଦେଇ କହିଛନ୍ତି କି ଜଗତସିଂହପୁରର ଏକ ବିଜେଡି ଟିମ ଭୁବନେଶ୍ୱର ଯାଇ ନବୀନ ପଟ୍ଟନାୟଙ୍କୁ ଭେଟିବେ । ଏବଂ ଶେଷଥର ପାଇଁ ନିଷ୍ପତି ବଦଳାଇବା ପାଇଁ ଅନୁରୋଧ କରିବେ । ଯଦି ନିଷ୍ପତି ନବଦଳେ ତେବେ ଦଳ ଛାଡିବେ ବୋଲି ଅମରେନ୍ଦ୍ର ଧମକ ଦେଇଛନ୍ତି । ସେ ଯଦି ଦଳ ଛାଡିବେ ତେବେ ବିଜେଡି ପାଇଁ ଅସୁବିଧା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।