ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ସବୁଠାରୁ ସୋସିଆଲ ମିଡିଆକୁ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ପ୍ରତ୍ୟେକ ଘଟଣା ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏବେ ଏକ ନୂଆ ବିଷୟକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିନାହିଁ କିନ୍ତୁ ବିଜେଡି ସରକାର ଗଠନ କରିବ ଏବଂ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ହେଉଥିବା ଏକ କାର୍ଡ ଭାଇରାଲ ହେଉଛି ।
ବିଜେଡି ସରକାର ପୁଣିଥରେ ସରକାର ଗଠନ କରିବ । ଏବଂ ଆସନ୍ତା ୨୬ ତାରିଖରେ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ପାଳନ ହେବ । ଏବଂ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥୀ ହେବେ । ତାଙ୍କ ସହ ରହିବେ ରାଜ୍ୟର ମହାମହିମ ରାଜ୍ୟପାଳ । ଏଭଳି କାର୍ଡ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ତେବେ ଏହି କାର୍ଡ କିଏ ଏବଂ କାହିଁକି ଭାଇରାଲ କରୁଛି ତାହା ଜଣା ପଡିନାହିଁ । ନିର୍ବାଚନ ସମୟରେ ସୋସିଆଲ ମିଡିଆ ଉପରେ ଦୃଷ୍ଟି ରଖିବା ପାଇଁ ନିର୍ବାଚନ କମିଶନଙ୍କ ଏକ ଟିମ କାମ କରୁଛି । ତେବେ ଏହି କାର୍ଡ ଭାଇରାଲ ହେଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ ।
ବିଜେପି ଏବଂ ବିଜେଡିର ଏହି କାଦୁଅ ଫିଙ୍ଗାଫିଙ୍ଗିରେ ଏଣ୍ଟ୍ରି କରିଛି କଂଗ୍ରେସ । ଦୁଇ ଦଳ ମନେ ମନେ ମୁଆଁ ଖାଉଛନ୍ତି । ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ସପନ । ଆଉ ମୋଦି କିଭଳି ପ୍ରଧାନ ମନ୍ତ୍ରୀ ହେବେ । ଅପରପକ୍ଷରେ ରାଜ୍ୟରେ ସରକାର ଗଠନ ପାଇଁ ବିଜେଡି ମଧ୍ୟ ଭାବିବା ଭୁଲ । ଉଭୟ ସରକାର ଗଠନ କରିବା ପୂର୍ବରୁ ମନେ ମନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହେବା କଥା ଭାବି ସାରିଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି କି କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଢ଼ିବ ଦଳ ।