ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଧାନସଭା ଶୂନ୍ୟକାଳରେ ବିଜେପି-କଂଗ୍ରେସ ଉଭୟ ମୁହାଁମୁହିଁ ହୋଇଛନ୍ତି । ବିଜେପି ନେତାଙ୍କୁ କହିବାର ସୁଯୋଗ ଦେଇନଥିଲେ କଂଗ୍ରେସ କର୍ମୀ । ଏଣୁ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି ଏଣୁ ସେମାନେ ବିଜେପି ନେତାଙ୍କୁ କହିବାର ସୁଯୋଗ ଦେଉନାହାଁନ୍ତି । ତେବେ ବିଜେପି ନେତାଙ୍କ ଏହି କଥାକୁ ସମାଲୋଚନା କରିବାକୁ ଯାଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି କି ବିଜେପି ଏବଂ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ଯେଉଁ କାରଣରୁ ବିଜେଡି ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥିତ କରିଥିଲା ।
ଆଜି ବିଧାନସଭାରେ ସମ୍ବଲପୁର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କଥାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ମଧ୍ୟ ଟକରା ଟକରି ହୋଇଥିଲା । ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ଜାଣି ଶୁଣି ଗୃହରେ ହୋ-ହଲ୍ଲା କରୁଛି ଏବଂ ବିଜେପିକୁ କହିବାକୁ ସୁଯୋଗ ଦେଉ ନାହିଁ । ବିଜେଡି ସହ ହାତ ମେଳାଇ କଂଗ୍ରେସ ଗୃହରେ ଏଭଳି ହୋ-ହଲ୍ଲା କରୁଛି ବୋଲି ବିଜେପି ଅଭିଯୋଗ କରିଛି ।