ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୯ଟି ବିଧାନସଭା ଏବଂ ଦୁଇଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଦଳରେ ଯଦିଓ ବହୁ ଆଶାୟୀ ପ୍ରାର୍ଥୀଥିଲେ କିନ୍ତୁ ଦଳ ଭରଷା କରିଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ କଟକ ଏବଂ କନ୍ଧମାଳ ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀ । କଟକ ଲୋକସଭା ଆସନରୁ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କନ୍ଧମାଳ ଆସନରୁ ଆଜି ବିଜେପିରେ ମିଶିଥିବା ଖାରବେଳ ସ୍ୱାଇଁଙ୍କ ଉପରେ ଭରଷା କରି ଦଳ ଟିକେଟ ଦେଇଛି ।
ତେବେ ୯ ବିଧାନସଭା ପ୍ରାର୍ଥୀ ହେଲେ ଝାରସୁଗୁଡାରୁ ଦିନେଶ ଜୈନ, ରେଢାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରୀପୋଖରୀରରୁ ଦବ୍ରିନାୟାରଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡଜେନା ଏବଂ ବେଗୁନିଆରୁ ରିଷଭ ନନ୍ଦଙ୍କ ନାଁ ଘୋଷଣା କରିଛି ବିଜେପି ।
ଏହାପୂର୍ବରୁ ବିଜେପି ମଧ୍ୟ ୨୨ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଭାରତୀୟ ଜନତା ପାର୍ଟିରୁ ପୁରୀରୁ ଲଢ଼ିବେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେହିପରି ଏଥର ସମ୍ବଲପୁର ବଦଳରେ ବରଗଡରୁ ନିର୍ବାଚନ ଲଢ଼ିବେ ସୁରେଶ ପୂଜାରୀ । ସମ୍ବଲପୁରରୁ ପ୍ରାର୍ଥୀ ହେବେ ନିତେଶ୍ ଗଙ୍ଗଦେବ । କଳାହାଣ୍ଡିରୁ ବସନ୍ତ କୁମାର ପଣ୍ଡା ଓ କୋରାପୁଟ ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ିବେ ଜୟରାମ ପାଙ୍ଗି । ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଥିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।