ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦାମ ବିଜେପିରେ ଯୋଗ ଦେବାର ଦୁଇ ଦିନ ହୋଇନି ବଡ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡି ଛାଡିଛନ୍ତି । ଶନିବାର ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋଙ୍କ ନିକଟକୁ ପଠାଇ ଦେଇଛନ୍ତି । ପ୍ରିତନନ୍ଦା ଭୁବନେଶ୍ୱର ମହାରନଗର ନିଗମର ପୂର୍ବତନ କର୍ପୋରେଟର ଥିଲେ । ତେବେ ସେ ବିଜେଡିରୁ ଇସ୍ତଫା ଦେବା ପରେ କେଉଁ ଦଳରେ ସାମିଲ ହେବେ ତାହା ଜଣା ପଡିନଥିବା ବେଳେ ବାପାଙ୍କ ସହ ପଦ୍ମ ଧରି ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ପ୍ରତିନନ୍ଦା ଦଳ ଛାଡିବା ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବାପାଙ୍କ ଭଳି ତାଙ୍କର ମଧ୍ୟ ଲୋକ ପ୍ରିୟତା ଭଲ ଥିଲା । ତେବେ ସେ ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଯେତିକି ବାରି ହେଉଥିଲା ସେ ବିଜେପିରେ ଯୋଗ ଦେବା ଏକ ପ୍ରକାର ଠିକ ହୋଇ ସାରିଛି । ପ୍ରିତିନନ୍ଦା କହିଛନ୍ତି କି ମୁଁ ପ୍ରଥମେ ବାପାର ଝିଅ । ତାପରେ ଜଣେ ରାଜନେତା । ଏଣୁ ସେ ବାପାଙ୍କ ରାସ୍ତାରେ ପଦ୍ମ ପୋଖରୀରେ କୁଦା ମାରି ପାରନ୍ତି ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ।
ପ୍ରୀତିନନ୍ଦା ବିଜେଡି ଟିକେଟରେ ଭୁବନେଶ୍ୱରରେ କର୍ପୋରେଟର ହୋଇଥିଲେ । ଏଣୁ ସେ ନିଜର ଇସ୍ତଫାପତ୍ରରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରୀତିନନ୍ଦା ବିଏମସିର କର୍ପୋରେଟର ଥିଲେ । ଗତଥର ସେ ମେୟର ରେସରେ ଥିଲେବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ଦାମ ବିଜେପିରେ ଯୋଗ ଦେବା ପୂର୍ବରୁ ପ୍ରୀତିନନ୍ଦାଙ୍କୁ ଆସନ୍ତା ବିଏମସି ନିର୍ବାଚନରେ ମେୟର କରାଯିବ ବୋଲି ଏଣୁ ଦାମଙ୍କୁ ସାଲିସ କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ନିଜ ଜିଦରେ ଅଟଳ ଥିବା ଦାମ ବିଜେପିରେ ଯୋଗ ଦେଇଥିଲେ ।