କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରପଡା ପାଟକୁରା ନର୍ବାଚନ ମଣ୍ଡଳିରେ ତୁରନ୍ତ ନିର୍ବାଚନ କରିବା ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ।ଏ ନେଇ ବିଜେପି ଦାବି କରିଛି ଜିଲ୍ଲାପାଳ ତୁରନ୍ତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିବାକୁ । ଏହି ଅବସରରେ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ ମଧ୍ୟ ଦିଆଯାଇଛି ।
ସୂଚନାଯୋଗ୍ୟ ବିଜେପି ପାଟକୁରା ବିଧାନସଭା ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗପରେ ଉକ୍ତ ଆସନରେ ନିର୍ବାଚନ ବାତିଲ କରାଯାଇଥିଲା ।ଏବେ ସେଠାରେ ବେଦଙ୍କ ସ୍ଥାନରେ ତାଙ୍କ ପତ୍ନୀ ସାବିତ୍ରୀ ଆଗ୍ରୱାଲଙ୍କୁ ବିଜେଡି ସେଠାରେ ପ୍ରାର୍ଥୀ କରିଛି । ସେହିଭଳି ବିଜେପି ପକ୍ଷରୁ ହେବିୱେଟ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ତେବେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଉକ୍ତ ଆସନରେ ଗତ ୧୯ ତାରିଖରେ ହେବାକୁ ।
ମାତ୍ର ବାତ୍ୟା ଫୋନି ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଏନେଇ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ତେବେ ନର୍ବାଚନ କମିଶନ ଏହାକୁ ଦୁଇମାସ ଘୁଞ୍ଚାଇଛନ୍ତି । ଏହାକୁ ନେଇ ବିଜେପି ଅଭିଯୋଗ କରୁଛି ଯେ ଏହା ବିଜେଡିର ଚକ୍ରାନ୍ତ ବୋଲି । ଫୋନି ପ୍ରଭାବ କେନ୍ଦ୍ରାପଡା ଉପରେ ଅଧିକ ପଡିନାହିଁ ତେଣୁ ତୁରନ୍ତ ଏଠାରେ ନିର୍ବାଚନ କରିବାକୁ ବିଜେପି ଦାବି କରିଛି । ଆଜିର ଏହି ଧାରଣା ବିଜେପି ସଭାପତି ଦୁର୍ଯ୍ୟଧନ ସାହୁଙ୍କ ନେତୃତ୍ୱରେ ହୋଇଛି ।