ବ୍ରହ୍ମପୁର(ଏଟିଆର ବୁରୋ): ବିଭିନ୍ନ ସମୟରେ ନେତା ମାନେ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ହେଲେ କେବେ ଶୁଣିଛନ୍ତି କି ଦଳରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବ ନେତାଙ୍କୁ ଜଣେ ବରିଷ୍ଠ ସାଂସଦ ଚାପୁଡା ମାରିବାର । ତେବେ ଘଟଣାଟି ହେଉଛି ଗଜପତି ଜିଲ୍ଲାର ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ । ସୂଚନା ଅନୁସାରେ ଗତକାଲି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗଜପତି ଜିଲ୍ଲାରେ ଅନୁଷ୍ଟିତ ହେଉଥିଲା । ଏଥିରେ ପୂର୍ବତନ ଜିଲ୍ଲା କଂଗ୍ରେସର ଯୁବ ସଭାପତି ସଂଗ୍ରାମ ସାହୁ ବିଜେଡିରେ ଯୋଗ ଦେବାକୁ ଆସିଥିଲେ ।
ହେଲେ ସଂଗ୍ରାମ ମଞ୍ଚ ଉପରକୁ ଆସି ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଉପଢୌକନ ଦେଉଥିବା ବେଳେ ହଠାତ ସାଂସଦ ରାଗିଯାଇ ଯୁବକ ଜଣଙ୍କୁ ଚାପୁଡା ମାରିଥିଲେ । ଏଥିରେ ମଞ୍ଚରେ ଥିବା ସମସ୍ତ ନେତା ଓ କର୍ମୀ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ସାଂସଦ ଚନ୍ଦ୍ରଶେଖର ସାହୁ କଣ ପାଇଁ ଯୁବ ନେତାଙ୍କୁ ଚାପୁଡା ମାରିଲେ ତାହା ବର୍ତ୍ତମାନ ସୁଧା ଜଣା ପଡି ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଉଛି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସେଶାଲ ମିଡିଆରେ ଘୁରି ବୁଲୁଛି ।