ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆଜିଠୁ ଆରମ୍ଭ । ଏହି ବଜେଟ୍ ଅଧିବେଶନ ସୁରୁଖୁରୁରେ କରିବା ପାଇଁ ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ଡକାଇ ସମସ୍ତ ଦଳର ସହଯୋଗ ଲୋଡିଛନ୍ତି ।
ବଜେଟ୍ ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହକୁ ସମ୍ବୋଧିତ କରିବେ । ଚଳିତ ବର୍ଷର ଏହି ଅଧିବେଶନ ଆସନ୍ତା ଏପ୍ରିଲ ୯ ତାରିଖ ଯାଏଁ ଚାଲିବ । ଇତି ମଧ୍ୟରେ ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନା କରିବେ ।
ଅପରପେକ୍ଷ ଏହି ଅଧିବେଶନରେ ବିଭିନ୍ନ କାରଣକୁ ନେଇ ବରୋଧୀ ଦଳ ପକ୍ଷରୁ ସରକାରକଙ୍କୁ ଘେରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ବୈଠକ ବସିଥିଲା । ଗଞ୍ଜାମ ବସ୍ ଟ୍ରାଜେଡି, ବିଜୁଳି ଭିତ୍ତିଭୂମି, ଆଇନଶୃଙ୍ଖଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ନାରୀ ନିର୍ଯାତନା ଆଦି ପ୍ରସଙ୍ଗକୁ ନେଇ ଗୃହରେ ପ୍ରଶ୍ନ ଉଠାଇବେ ବିରୋଧୀ ଦଳ ।