ବଲାଙ୍ଗୀର ( ଏଟିଆର ବ୍ୟୁରୋ): ବଲାଙ୍ଗୀର ରେ ଆଜି ସକାଳୁ ସକାଳୁ ଘଟିଛି ଏକ ଅଘଟଣ । ଏକ ଘରୋଇ ବସ ରାସ୍ତା କଡକୁ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ବଲାଙ୍ଗୀର – ସୋନପୁର ରାସ୍ତା ମଳମୁଣ୍ଡା ନିକଟରେ । ଆଜି ସକାଳେ ଶ୍ରୀରାମ ନାମକ ଏକ ଘରୋଇ ବସ ଟି ଭୋର ୪ଟାରେ ଭୁବନେଶ୍ୱରରୁ ବଲାଙ୍ଗୀର ଆସୁଥିବା ବେଳେ ଭାରସ୍ୟାମ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ବସଟି ଓଲଟି ପଡିବା ବେଳେ ବସ ଭିତରେ ପାଖାପାଖି ଦଶ ଜଣ ଯାତ୍ରୀ ଥିଲେ । ସେଥି ମଧ୍ୟରୁ ବଡ ଧରଣର ଆଘାତ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
ସବୁ ଠାରୁ ବଡ କଥା ହେଉଛି ବସଟି ଓଲଟିବା ବେଳେ ପାଖରେ ଥିବା ବିଦ୍ୟୁତ ତାରରେ ଲାଗି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ଅରକ୍ଷିତ କୁ ଦଇବ ସାହା ହେଲା ପରି ଉକ୍ତ ଅଞ୍ଚଳରେ ଗତ କାଲି ରାତିରେ ପ୍ରବଳ ଝଡ ତୋଫାନ େଇଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଯାହା ଫଳରେ ବସଟି ଏକ ସାଂଘାତିକ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଦୂର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅରୁଣା ପାତ୍ରା । ତାଙ୍କ ଘର ଡୁମେରବାହାଲ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନା ସ୍ଥାନାରେ ଭର୍ତ୍ତୀ କରିଥିଲେ । ପରେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଛଡାଯାଇଥିବା ସୂଚନା ମିଳିଛି ।