ବାଲେଶ୍ୱର ( ଏଟିଆର ବ୍ୟୁରୋ): ଆଜି ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନେବେ ଶପଥ । ତେବେ ମୋଦି ଦ୍ୱିତୀୟ ପାଳିରେ କାହାକୁ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବେ ତାକୁ ନେଇ ଚର୍ଚ୍ଚା ଝାର ଧରିଛି । ଗତ କାଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ କଲ ଆସିଥିବା ବେଳେ ଆଜି ବାଲେଶ୍ୱର ଲୋକସଭା ଆସନରୁ ବିଜୟ ହୋଇଥିବା ପ୍ରତାପ ଷଡଙ୍ଗୀକୁ ପିଏମଓ ଅଫିସରୁ ଫୋନ କଲ ଆସିଛି ।
ନିଜର ସରଳ ଜୀବନ ଯାପନ ପାଇଁ ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ଶୋସାଲ ମିଡିଆରେ ପ୍ରତାପଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣ କୋଟପତି ପ୍ରାର୍ଥୀଙ୍କୁ ନିଜ କାର୍ଯ୍ୟ ଦକ୍ଷତାକୁ ପୁଞ୍ଜି କରି ପ୍ରତାପ ବିଜୟ ହୋଇଥିଲେ । ତେବେ ଓଡିଶାରୁ ମୋଦି କାହାକୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଧର୍ମେନ୍ଦ୍ର ଓ ଜୁଏଲଙ୍କୁ ବାଦ ଦେଲେ ସୁରେଶ ପୂଜାରି , ପ୍ରତାପ ଷଡଙ୍ଗୀ ଓ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆକଳନ କରାଯାଉଥିଲା । ତେବେ ପ୍ରତାପ ଷଡଙ୍ଗୀଙ୍କୁ ଫୋନ କଲ ଆସିବା ପରେ ସେ କେନ୍ଦ୍ରରେ ମନ୍ତ୍ରୀ ହେବା ଧିରେ ଧିରେ ନିଶ୍ଚିନ୍ତ ହେଉଛି । ତେବେ ଆଜି ସନ୍ଧ୍ୟାରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳୁଛି ତାହା ସ୍ପଷ୍ଟ ହେବ ।