ଭୁବନେଶ୍ୱର ( ଏଟିଆର ବ୍ୟୁରୋ) କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କର ଏହା ପ୍ରଥମ ଓଡିଶା ଗସ୍ତ । ଦୁଇମନ୍ତ୍ରୀ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରେ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବଲାଙ୍ଗୀର ସାଂସଦ ବସନ୍ତ ପଣ୍ଡା, ଉପଭାପତି ସମୀର ମହାନ୍ତି ଏବଂ ଅରୁଣ ସିଂ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ଭୁବନେଶ୍ୱରେ ପହଞ୍ଚିବା ସେଠାରୁ ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ବହାରିଛନ୍ତି ।
ଭୁବନେଶ୍ୱରରେ ସେମାନଙ୍କୁ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି । ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀରୁ ଫେରିଲା ପରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ନବ ନିର୍ବାଚିତ ସାଂସଦ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଦର୍ଶନୀ ପଡିଆରେ ହେଉଥିବା ଏହି କାର୍ଯ୍ୟକ୍ରମରେ ବିଜେପିର କର୍ମୀ ମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଏଥର ମନ୍ତ୍ରୀ ମଣ୍ଡଳରେ ପ୍ରଥମ ଥର ଲାଗି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ଲାଗି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । ଓଡିଶାରୁ ଏଥର ବିଜେପିର ୮ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।